ବିରହ
ବିରହ
1 min
233
ଅସ୍ଥିରତା ଆଜି ମନ ଶରୀରକୁ
କରି ଅଛି କବଳିତ
କେଉଁ ଉପାଖ୍ୟାନେ ବାଢି ଦେବି
ହୃଦୟର ଗହଣା ସତ୍ୟ l
ତୁମ ବିନା ପ୍ରିୟା ସ୍ତମ୍ଭିତ ହେଉଛି
ହୃଦୟର ଏ ସ୍ପନ୍ଦନ
ଯେତେ ଚାହିଁଲେ ବି ସାଉଁଟି ପାରୁନି
ନୟନେ ଅକୁହା ସପନ l
ଫଗୁଣ ବି ଆଜି ଫିକା ଫିକା ଲାଗେ
ଭ୍ରମର ଦିଗନ୍ତ ହରା
କେମିତି ସହିବି ଏ ବିରହ ଜ୍ୱାଳା
ତୁମ ଉପହାର ପରା l
ପ୍ରେମ ବଦଳେ ଘୃଣାର ବୀଜ ଦେଲ
ମାଗିଥିଲି ଟିକେ ସୁନେଲି ସପନ
ବୈଶାଖ ର ଝାଂଜି ଦେଲ l
ରୌଦ୍ରର ନିଦାଘ ତାପରେ
ଯନ୍ତ୍ରଣା ଜର୍ଜରିତ
ବଞ୍ଚିବାର ସାହାରା ଟିକକ
ମାଗେ ଆଜି ଯୋଡି ହସ୍ତ l
ଚାତକ ଯେସନେ ଚାହିଁ ଥାଏ
ବରଷାକୁ
ସେହିପରି ଚାହିଁଛି ମୁଁ
ତୁମ ଫେରିବା ପଥକୁ l
ଜାଣେନା ମୋର ଏ ଆଶା
ସ୍ୱପ୍ନ ନା ବାସ୍ତବତା
ତଥାପି ଅପେକ୍ଷା ରତ
ତୁମ ବିନା ଜୀବନ ଅପୂର୍ଣ୍ଣତା l