ମୋ ଗାଆଁ
ମୋ ଗାଆଁ
ଛୋଟ ମୋର ଗାଆଁଟି
ଅତି ଆପଣାର
ଅପାସୋରା ଅଟେ
ଅମୃତର ଧାରାଟି l
ବାପାଙ୍କ ଶାସନ, ମାଆଙ୍କ ଆକଟ
ସାଙ୍ଗ ସାଥିର ମେଳ
ଗାଁ ମୁଣ୍ଡରେ ନିତି ସଞ୍ଜ ରେ
ବାଡ଼ି ଡିଆଁର ଖେଳ l
ଉଷାରୁ ଉଠି ମୋହନ ଭାଇ
ହଳ ନେଇ ଯାଏ କ୍ଷେତ
ତା ପଛେ ପଛେ ନୂଆ ବୋଉ
ନିଏ ପଖାଳ ଭାତ l
ସଞ୍ଜବତୀ ପୁଣି ଜାଳେ ରାନୀ ବୋଉ
ଚଉରା ମୂଳେ ନୀତି
ଦୂରରେ ଥିବା ରାଘବ ଭାଇର
ଶୁଭ ମନାସୀ l
ଜେଜେ ମାଆର ବୁଢୀ ଅସୁରୁଣୀ ଗପ
ଗାଆଁ ଶେଷ ମୁଣ୍ଡେ ହାଟ
ପୁନେଇଁ ପରବେ ନିଶି ଅଧରରେ
ଶୁଭଇ ଗୁମୁରା ନାଟ l
ଗାଆଁର ସୁରୁଜ ଗାଆଁର ମୁରୁଜ
ମେଲଇ ଅନେକ ସମ୍ଭାର
ପୂର୍ଣ୍ଣମୀ ନିଶିରେ ଚାନ୍ଦ ଯେସନେ
ମନ ମୋହେ ଜହ୍ନି ଓଷାର l
ଆଜି ସେ ସବୁ ଲୁଚି ଯାଉଛି
ହଜି ଯାଇଛି ଚି଼ହ୍ନ
ହୃଦୟର କେଉଁ ଗହନ କୋଣରୁ
ଶୁଭୁଚି ଅବ୍ୟକ୍ତ କ୍ରନ୍ଦନ l
ଗାଆଁକୁ ପଶିଛି
ପାଶ୍ଚାତ୍ୟ ସଭ୍ୟତା
ଲୁଚୁଛି ପରମ୍ପରା
ଚାଷୀ ଭାଇ ଏଠି, ଦାଦନ ଖଟନ୍ତି
ମଡର୍ଣ୍ଣ ଦୁନିଆଁ ପରା l
ଗାଆଁରେ ନାହିଁ ଚାଳ ଘର ଆଜି
ଦିଶୁଚି ରଙ୍ଗୀନ କୋଠା
ମୋଟର ସାଇକେଲ ଭେଳିକି ଭେଳି
ସାଇକେଲ ନ ମିଳେ ଦେଖା l
ଆଜି ବି ସେ ସବୁ, ଝୁରି ହୁଏ ମୁଁ
ଅବୁଝା ହୁଏ ମୋ ମନ
ଅତି ଆବେଗରେ ପାଇବାକୁ ଝୁରେ
ଅଭୁଲା ସେ ସ୍ମୃତି ଦିନ l
