କାଳିଆ
କାଳିଆ
ଆଜି ମୁଁ ବୁଝୁଚି କାଳିଆରେ ସତେ
ତୋର ବିନା କେହି ନାହିଁ
ବିପଦରେ ସଖା ଅବେଳରେ ଦୟା
କେହି ତ କରିବେ ନାହିଁ I
ଅଦୃଶ୍ୟ ଶକତି ସେଇ ଅନୁଭୂତି
କହିବାକୁ କାହିଁ ବଳ
ତୁହିରେ କାଳିଆ ଦୋଷ ସିନା ଦିଏ
ତୋ ନାମରେ ଦୂର ଖଳ I
ବିପଦର ବନ୍ଧୁ ତୁହି କୃପାସିନ୍ଧୁ
କେତେ ରୂପ କେତେ ନାମ
ଦୟା ରଖିଥିବୁ ସଦା ମୋ ଉପରେ
ଭାଗ୍ୟ ହେଲେ ମଧ୍ୟ ବାମ I
