କହ କାଳିଆ
କହ କାଳିଆ
ତୋର ଇଚ୍ଛା ବିନା ହଲେ ନାହିଁ ପତ୍ର
ଯଦି ଏ କଥାଟି ସତ
ଯାହା ମୁଁ କରୁଛି ପାପ ପୂଣ୍ୟ ସବୁ
ସବୁଠି ତୋହର ହାତ I
କେଉଁ କାରଣରୁ ଦୁଃଖ ଭୋଗେ ମୁଁହି
ଏକି ମୋର କର୍ମଫଳ ?
କହିଦେ କାଳିଆ ଜାତକର ଲେଖା
ନୁହେଁ ତୋ ହାତର ଖେଳ I
ରାମ ଅବତାରେ ଦଶରଥେ ଲୁହ
ଦେଲୁ ସିନା କର୍ମ ଫଳ
କୃଷ୍ଣ ଅବତାରେ ଦେବକୀ ମାଆକୁ
କାହିଁକି ଦେଲୁନି ବଳ?
କପଟୀ ଠାକୁର ଛଳିଆ ତୁହିରେ
ଡାକେ ତୋତେ ହାତଯୋଡ଼ି
ବିପଦରେ ସଖା ଛାଡ଼ିବୁନି ଏକା
କହୁଛି ତୋ ପାଦେ ପଡି I