STORYMIRROR

SUSHIL MAHAPATRA

Tragedy Inspirational

4  

SUSHIL MAHAPATRA

Tragedy Inspirational

କହରେ କାଳିଆ

କହରେ କାଳିଆ

1 min
252


ଦୁଃଖ କହିବି କି ସୁଖ କହିବିରେ 

  ସବୁ ତ ଜାଣୁଛୁ ତୁହି 

କାଳିଆରେ କହ ଅଚିନ୍ତା ନିଦ୍ରାରେ

   କେମିତି ଶୋଇଲୁ ରହି ।


ମହାମାରୀ ଭୟେ କବାଟ କିଳିଣ 

   ମଉନେ ବସିଲୁ ରହି 

ଶୂନ୍ୟ ଗଣ୍ଠି ପଡେ ପତିତପାବନେ 

   କି ସନ୍ଦେଶ ଦଉ ତୁହି ।


ଭକତ ବତ୍ସଳ ସଂସାର ଘୋସଇ 

   ଉଡୁଥାଏ ତୋର ବାନା 

କାହିଁକି କାଳିଆ ଏମିତି କରୁଛୁ 

   ଭକତଙ୍କୁ ବାରେ ଅନା ।


କଳିର ଠାକୁର ତୁହି ପରା ଆମ 

  କଳା ବାମନ ତୋ ନାମ 

ଶଙ୍ଖ ଚକ୍ର ଗଦା ଆୟୁଧ ତୋହର 

  କେତେବେଳେ ଦେବ କାମ? 


ତୁ ଯଦି ଲୁଚିବୁ ଅବେଳରେ ଜଗା 

   ସାହା କିଏ ଯେ ହୋଇବ 

ସବୁ ଜାଣି କାଇଁ ଏମିତି କରୁଛୁ 

  ସେ କଥା କିଏ ଜାଣିବ ? 


ସପ୍ତ ଦିନ ଧରି ବର୍ଷା ଘଡଘଡି 

  ହୋଇ ଥିଲା ଗୋପପୁରେ 

ଗୋବର୍ଧନ ଗିରି ଆଙ୍ଗୁଳିରେ ଧରି 

   ସାହା ହେଲୁ ଅବେଳରେ ।


ଲଜ୍ୟା ଭରେ ଇନ୍ଦ୍ର ତୋପଦେରେ ପଡି 

   କରିଥିଲେ କ୍ଷମା ଭିକ୍ଷା 

ଗୋପପୁର ରକ୍ଷା କରିରେ କାଳିଆ  

  ଇନ୍ଦ୍ରକୁ ତୁ ଦେଲୁ ଶିକ୍ଷା ।


ଶରଣ ରକ୍ଷଣ ଭକତ ବତ୍ସଳ  

   ଯଦି ତୋ ନାମଟି ସତ୍ୟ 

ଜଗତ କାନ୍ଧୁଛି ତୋତେ ଆଶ୍ରା କରି 

    ପ୍ରମାଣ କର ତ୍ୱରିତ ।


ନାହିଁ ମୋର ଶକ୍ତି ଅବା ସେ ଭକତି 

  ମୋ ଡାକ ଶୁଣିବୁ କାହିଁ 

ଜଗନ୍ନାଥ ନାମ ଜଗତର ପାଇଁ    

  ଭୁଲି ତୁ ତ ଯାଇନାହିଁ ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy