କାହିଁକି
କାହିଁକି
କାହିଁକି କାଳିଆ ମୋ ଡାକ ଶୁଣିବୁ
ନିସ୍ଵାର୍ଥ ଭାବ ମୋ ନାହିଁ
ନୁହେଁ ମୁ ସୁବଳ ନୁହେଁ ମୁ ସୁଦାମା
ବୋଲି ତୁହି ଚାଁହୁ ନାହିଁ I
ତୁ ପରା ବୋଲାଉ କଳିର ଠାକୁର
ଷାଠିଏ ପଉଟି ଖାଉ
ବଡ଼ ଦେଉଳିଆ ବନ୍ଧୁ ବୋଲି ପୁଣି
ଜଗନ୍ନାଥ ନାମ ପାଉ I
ତୋର ଦରସନେ ଯଦି ପାପ ନାଶ
ମୋ ହୃଦୟେ ପାପ କାହିଁ
ତଥାପି କାହିଁକି ଏଡ଼େ ନିରୀ ଦୟ
ବୁଝି ପରେ ନାହିଁ ମୁଁହି I
ସତେ କି କାଳିଆ ତୋର ଦୟା ବିନା
ହଲି ପାରେ ନାହିଁ ପତ୍ର
ଯଦି ଏହା ସତ ପାହାନ୍ତି ସପନେ
ସଦା ଦେଖୁ ତୋତେ ନେତ୍ର I
