STORYMIRROR

SUSHIL MAHAPATRA

Classics Inspirational

3  

SUSHIL MAHAPATRA

Classics Inspirational

ଏଇତ ଜୀବନ

ଏଇତ ଜୀବନ

1 min
201

ଏଇତ ଜୀବନ ଆମ ସକାଳ ରୁ ସଞ୍ଜ

କେବେ ନୂତନତ୍ୱ ଏଠି ପୁଣି ପୁରାତନ

କେବେ ଆସୁଅଛି ଉତ୍ସାହ ତ ପୁଣି କେବେ 

ନିରାଶା ମଧ୍ୟରେ ଆସି ଯାଉଛି ପତନ 

ଏଇତ ଜୀବନ ଆମ ମଣିଷ ଜୀବନ I


ସ୍ୱାର୍ଥରେ ସମ୍ପର୍କ ଏଠି ସ୍ୱାର୍ଥରେ ବିଚ୍ଛେଦ 

କେହି କହିପାରେ ନାହିଁ ଦୁନିଆର ରଙ୍ଗ 

କେବେ ଆସଇ ଫଗୁଣ ରଙ୍ଗର ସମ୍ଭାର 

କେବେ ପୁଣି ମାଡିଆସେ ଦୁଃଖର ବେରଙ୍ଗ  

ଏଇତ ଆମର ସୁଖ ଦୁଃଖର ଜୀବନ I


ହସି ଖେଳି ବିତାଇବା କହିବା ସହଜ 

ଦୁନିଆ ନିଆଁ ରେ ଏଠି ସବୁ ଅସହଜ  

ଜଣାପଡେ ନାହିଁ କାର ସ୍ୱାର୍ଥର ଚିନ୍ତନ 

କଳି ହୁଏ ନାହିଁ ଏଠି କିଏ  ଆପଣାର 

ନିଷ୍ଠୁର ଏ ସତ୍ୟ ଆମ ମଣିଷ ଜୀବନ I


Rate this content
Log in

Similar oriya poem from Classics