ସମୟର ମହାକାଳ
ସମୟର ମହାକାଳ
କାଳର କରାଳ ସୌଭାଗ୍ୟର ବଳ
ବାହୁବଳ ଅବା ହେଉ ଲୋକବଳ
ତୁମ ଠାରେ ପ୍ରଭୁ ସବୁ ତୁଚ୍ଛ ହୁଏ
ତୁମେ ହିଁ ସମୟ ତୁମେ ମହାକାଳ I
ସୃଷ୍ଟି ସଂହାରକ ଧର୍ମ ସଂସ୍ଥାପକ
କେବେ ଅଗ୍ନି ମୂର୍ତ୍ତି କେବେ ପୁଣି ଶାନ୍ତ
ତୁମର ମହିମା କେ ବର୍ଣ୍ଣି ପାରିବ
ବେଦ ବି ନପାଏ ଯାର ଆଦି ଅନ୍ତ I
ମସ୍ତକରେ ଶୋଭା ବାଳ ଇନ୍ଦୁ ଯାର
ସ୍ୱୟଂ ଗଙ୍ଗା ଯାର ଜଟାରୁ ସମ୍ଭୁତ
ଅର୍ଦ୍ଧ ଅଙ୍ଗେ ଶୋଭେ ଶକ୍ତି ର ସ୍ୱରୂପା
ରୂପ ଦେଖିବାକୁ ଚାହିଁଛି ଜଗତ I
ଜଗତର ସ୍ଵାର୍ଥେ ବିଷ ପାନ କଲ
ସମୟର କାଳେ ପୃଥ୍ୱୀକୁ ରଖିଲ
କିଏ କହେ ଭୋଳା କିଏ ତ ଶଙ୍କର
ଶରଣ ପଶିଲି ତୁମ ପାଦ ତଳ I