Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSHIL KUMAR MAHAPATRA

Inspirational

3  

SUSHIL KUMAR MAHAPATRA

Inspirational

କାହିଁକି?

କାହିଁକି?

1 min
147


କହିବ କି ପ୍ରଭୁ ଜଗତର ନାଥ 

 କାଇଁ ଏମିତି କରୁଛ 

ନିଜ ସୃଷ୍ଟି ତୁମ ବିନାଶ ପଥରେ 

ଦେଖି କେମିତି ସହୁଛ I


ଅବିନାଶୀ ତୁମେ ଅନାଦି ପୁରୁଷ 

  କ୍ଷୀରଶାୟୀ ନାରାୟଣ 

ସୃଷ୍ଟି ରକ୍ଷା ପାଇଁ ମର୍ତ୍ତ୍ୟ ତୁମେ ଜାତ 

  ଭୁଲିଲ କେଉଁ କାରଣ I


ବନ୍ୟା ବାତ୍ୟା ପୁଣି ମହାମାରୀ ଆଜି 

   ସୃଷ୍ଟି ତୁମ କବଳିତ 

ତୁମରି ସୃଷ୍ଟିରେ ମୁତ୍ୟୁର ତାଣ୍ଡବ 

  କରୁନି କି ଆନ୍ଦୋଳିତ I


ଦୟା କର ବାରେ ଦୟାର ସାଗର 

   ଜଗତେ ପଡୁଛି ହୁରି 

ଜଗତର ନାଥ ଜଗନ୍ନାଥ ପରା 

 ସୃଷ୍ଟିକୁ ରଖ ଆବୋରି I


Rate this content
Log in

Similar oriya poem from Inspirational