Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSHIL KUMAR MAHAPATRA

Classics Inspirational

4.6  

SUSHIL KUMAR MAHAPATRA

Classics Inspirational

ମୋ ଜୀବନ ରଥ

ମୋ ଜୀବନ ରଥ

1 min
230


ନୁହେଁ ମୁଁ ପଣ୍ଡିତ ନୁହେଁ ବି ତ ମୂର୍ଖ 

      ଏତିକି ଜାଣିଚି ମୁଁହି 

ତୁମେ ପ୍ରଭୁ ନାଥ ଜଗତର ସ୍ୱାମୀ 

   ବୁଲି ଦେଖ ବାରେ ଚାହିଁ I


ପଢ଼ିଛି ପୁରାଣ ପୁଣି ରାମାୟଣ 

  ସଂଗେ ଭାଗବତ ଗୀତା 

ସବୁଠି କହିଛ ସବୁ ମୁଁ କରୁଛି 

  ସବୁବେଳେ ଥାଅ ଚେତା I


ତୁମ ଆଜ୍ଞା ବିନା ପତ୍ର ହଲେ ନାହିଁ 

   ସଂସାର କଥା ତ ଛାଡ 

ଆଜ୍ଞାରେ ତୁମର ସୂର୍ଯ୍ୟ ଆତଯାତ 

   ନହୁଏ ଵୃକ୍ଷରେ କଢ଼ I


ହୃଦରେ ମୋହର ବାସ କରିଅଛ 

  ଦେଖି ପାରେନାହିଁ ସିନା 

ବେଳେ ବେଳେ ଦୟା କର ହେ ଠାକୁର 

    ଅବେଳରେ ବାରେ ଅନା I


ଯାହା ମୁଁ କରୁଛି ତୁମ ଅବଦାନ 

  ନାହିଁ ମୋର ଅଭିମାନ 

ନଆସୁ ମୋ ମନେ ଗର୍ବ ଅହମିକା 

    କର ତୁହି ବରଦାନ I


ଅନୁରୋଧ କରେ ହେ କଳା ବାମନ 

   ରଖ ବା ନରଖ ତୁହି 

କହିଦିଅ ଥରେ ମୋ ଜୀବନ ରଥେ 

  ସାରଥୀ ହୋଇବୁ ତୁହି I


ବିପଦରେ ସଖା ସମ୍ପଦରେ ବାପା 

    ତୁହି ମୋର ହେଉଥିବୁ 

ଡାକ ମୋ ଶୁଣିବୁ ଲକ୍ଷେ ଯୋଜନରେ 

  କଥା କି ଦେଇପାରିବୁ ।


Rate this content
Log in

Similar oriya poem from Classics