ଅଭାଗା ଜୀବନ
ଅଭାଗା ଜୀବନ
ସଂଘର୍ଷମୟ ଏ ଜୀବନର ଗାଥା
କହିଲେ ବୁଝିବ କିଏ
ଅଭିଜ୍ଞତା ସବୁ ସ୍ମୃତି ହୋଇ ଯାଏ
ଅଲୋଡ଼ା ସେ ଦୁଃଖ ଦିଏ I
ଅପାସୋରା ସିଏ ଭୁଲି ବି ହୁଅନା
ନ ହୁଏ ଦେଖାଇ କିଛି
କିଏ ବା ବୁଝିବ ଅନ୍ତର ବେଦନା
କାହାକୁ କହିବ ବାଛି I
ଦୁନିଆଟା ବିଷମୟ ଲାଗେ ସିନା
ଏକଥା ଟା କିନ୍ତୁ ସତ
ମରିନି ବିଶ୍ୱାସ ଛାଡ଼ିନାହିଁ ଆସ
ଭିନ୍ନ ଏ ଦୁନିଆ ମତ I
କିଏ ଆପଣାର କିଏ ପର ଏଠି
ଜାଣିବ କେମିତି କୁହ
କିଛି ଲୁହ ଏଠି ପାଣି ପରି ବହେ
କିଛି ଲହୁ ପରି ଲୁହ I
ସନ୍ତାନ ର ସୁଖ ଦୁଃଖର ପାହାଡ଼
କାହାକୁ କହିବ ଆଉ
ନିଜ କର୍ମ ଭାଗ୍ୟ ଦୋଷକୁ ଆବୋରି
ହୃଦୟରେ ଚାପି ଦଉ I
ଏଇ ତ ଜୀବନ ମଣିଷ ଜୀବନ
ଦୁନିଆ ଟା ରଙ୍ଗମଞ୍ଚ
ଅଭିନୟ ସବୁ ଜଣା ପଡ଼ିଯାଏ
ସବୁ ମିଛ ଖାଲି ଖଞ୍ଚ I
ଜୀବନ ଅଛିତ ବଞ୍ଚିବାକୁ ହେବ
ଅଭାଗା ହେଲେ ହେଁ ହେଉ
ହୃଦୟର କୋହ ହୃଦୟରେ ଚାପି
ବଞ୍ଚିତ ହୁଏନା ଆଉ I
