STORYMIRROR

SUSHIL KUMAR MAHAPATRA

Classics Inspirational

3  

SUSHIL KUMAR MAHAPATRA

Classics Inspirational

ବିଷମୟ ଏ ଜୀବନ

ବିଷମୟ ଏ ଜୀବନ

1 min
159


 କାହିଁ ଗଙ୍ଗାଧର କାହିଁ ଉପଇନ୍ଦ୍ର 

   ନାହିଁ ସେ ମଧୁସୂଦନ 

ବିଶ୍ୱ ଆଜି ଦେଖ ଦୁଇ ନେତ୍ରେ ତୁମ 

   ବିଷମୟ ଏ ଜୀବନ I


 ସ୍ୱାର୍ଥ ପାଇଁ ଏଠି ସମ୍ପର୍କ ବଦଳେ 

  ଧନ୍ୟ ଏ ମଣିଷ ଜାତି 

ପୁତ୍ର ଶତ୍ରୁ ଏଠି ପିତା ଯେ ବଇରୀ 

 ଦେଖି ଫାଟିଯାଏ ଛାତି I


ଦିନେ ମଧୁମୟ ଥିଲା ଏଇ ବିଶ୍ୱ 

  ଆଜି ସେ ପୁରୁଣା କଥା 

ଯୋଉଠି ଦେଖିବ ବିଷମୟ ଆଜି 

 ଭାବିଲେ ଘୁରଇ ମଥା I


କେମିତି ବୁଝିବ କେବେ ଯେ ବୁଝିବ 

  ଭାବି ହୁଏ ନାହିଁ କିଛି 

ସମୟ ସାକ୍ଷୀ ତ ସମୟ ର ପୁଣି 

  ମଧୁମୟ ନାହିଁ କିଛି I



Rate this content
Log in

Similar oriya poem from Classics