Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଜୟ ମାଆ ସାରଳା

ଜୟ ମାଆ ସାରଳା

1 min
193



ଆଦିଶକ୍ତି ମହାସତୀ ଜୟ ମାଆ ସାରଳା,

 ଝଙ୍କଡ଼ ଶାରୋଳ ଗ୍ରାମେ ବିଜେ ମାଆ

 ତୋର ଆଦ୍ୟ ଲୀଳା ।

ତନ୍ତ୍ର ମନ୍ତ୍ର ସିଦ୍ଧା ଦେବୀ ମହିଷାମର୍ଦ୍ଦିନୀ,

ଅଷ୍ଟଚଣ୍ଡୀ ଅଷ୍ଟଭୂଜା ବଜ୍ର ଘଣ୍ଟି ଦିବ୍ୟ ଶସ୍ତ୍ର

ଆୟୂଧ ଧାରିଣୀ ।

ଦକ୍ଷ ହସ୍ତେ ଖଡ୍ଗ ବଜ୍ର ଶୂଳ ବାଣ ଧରି ,

ବାମ ଏକ ହସ୍ତେ ମାତା ଦାନବର ମୁଖଟିକୁ

ଧରିଛ ଜାବୋଡି ।

କଳାଚାନ୍ଦ ଭାଙ୍ଗି ଦେଲା ପ୍ରାଚୀନ ମନ୍ଦିର,

ରହିଛନ୍ତି ଏବେ ସେଠି ଶ୍ରୀ ଗଣେଶ

ନଣ୍ଡା ଯେ ଦେଉଳ ।

ପ୍ରସିଦ୍ଧ ଜଙ୍ଖେର ପୁର ଗୁପ୍ତମାଣିକାରେ,

ସାତ ଦିନ ସାତ ରାତି ମାତା କାଳେ

ଜଳମଧ୍ୟେ ବୁଡି ରହିଥିଲେ ।

ମାତାଙ୍କୁ ଯେ ନିଆଗଲା ତେନ୍ତୁଳିପଦାକୁ,

କନକପାଟଣା ଠାରେ ପ୍ରତିଷ୍ଠା ହେଲା ମନ୍ଦିର

ବିଂଶ ଆଦ୍ୟ ଦଶକ ବେଳକୁ ।

ପ୍ରାଚୀନ ପୁରାଣେ ଅଛି ବହୁ କିମ୍ବଦନ୍ତୀ,

ପର୍ଶୁରାମ ତୀରମୂନେ ମାତା ମୂର୍ତ୍ତି ଥିଲେ

କାଳେ ପରଶରେ ଆଙ୍କି ।

ବିଷ୍ଣୁଙ୍କ ଚକ୍ରରେ ଛେଦ ସତୀଙ୍କର ଜିହ୍ୱା,

ପଡ଼ି ଏହି ଶକ୍ତି କ୍ଷେତ୍ର ବାଣୀ ପୀଠ ନାମେ

ହେଲା ସୁପରିଚିତା ।

ଜୟ ଜୟ ସାରଳା ମାଆ ଉତ୍କଳ ଭାରତୀ,

ପୂଜି ପାଦପଦ୍ମ ତୋର ସିଦ୍ଧେଶ୍ୱର ଚାଷୀ

ଦିନେ ଲଭିଥିଲେ ଖ୍ୟାତି ।

ସାରଳା ଦାସ ନାମରେ ହେଲେ ପରିଚିତ,

ଆଦିକବି ଓଡ଼ିଶାର ମହାକାବ୍ୟ

ଦାଣ୍ଡୀ ବୃତ୍ତଛନ୍ଦରେ ରଚିତ ।

ଅମର ବିରଳ କୃତି ଶ୍ରୀ ମହାଭାରତ,

ଧନ୍ୟ ଆଦି ମହାକବି ଧନ୍ୟ ଏ ଉତ୍କଳ ଭୂମି

ଧନ୍ୟ ଶ୍ରୀ ସାରଳାଙ୍କ ଦାସ ।

ପରମ ବୈଷ୍ଣବୀ ଦେବୀ ତନ୍ତ୍ର ମନ୍ତ୍ର ପ୍ରୀତା,

ବିଲ୍ୱପତ୍ର ତୁଳସୀଙ୍କ ସମାବେଶେ ମହାଦେବୀ

ଏକତ୍ର ପୂଜିତା ।

ଜୟ ଜୟ ଶ୍ରୀ ଶାରଦା ଜୟ ମା ସାରଳା,

ଉଦ୍ଧର ଘୋର ବିପଦୁ ଲଗାଅ ମା

କୁଳେ ଭବ ଭେଳା ।

 


Rate this content
Log in

Similar oriya poem from Inspirational