STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ମାଆ ହେବ ସାହା

ମାଆ ହେବ ସାହା

1 min
187


ମାଆ ମାଆ ହୃଦେ ସ୍ମରି

  ଧନରେ ଘରୁ ଯେବେ ବହାରିବୁ

ଯେତେ ବାଧା ଆସୁ 

   ତୋ ଚଲା ପଥରେ

କେବେହେଁ ତୁ ନ ଡରିବୁ

 ସେପରା ଜନନୀ ଅଭୟ ଦାୟିନୀ

   ତା ପଦେ ଚିତ୍ତ ରଖିବୁ।

ଧନରେ...


କନକପୁରରେ ମାଆ ଶାରଳା ସେ

  ଦେବେ ସେ କରୁଣା ଦୃଷ୍ଟି

କାକଟପୁରରେ ମାଆ ମଙ୍ଗଳା ସେ

   ହରିବ ସବୁ ଅରିଷ୍ଟି

କଟକ ଚଣ୍ଡୀ ମା ସବୁ ପାପ ଖଣ୍ଡି

  କେବେ ତାଙ୍କୁ ନ ଭୂଲିବୁ।

    ଧନରେ..


ଶ୍ରୀକ୍ଷେତ୍ର ବିମଳା ମାଆ ତୋର ସଦା

   ବିମଳ କରିବେ ପ୍ରାଣ

ତାଳଚେର ମାଆ ହିଙ୍ଗୁଳା ଜାଣି ଥା

   ଦୁଃଖେ ହେବେ ସାହା ଜାଣ

ଯାଜପୁର ଧାମ ବିରଜା ମାଆଙ୍କୁ

  ହୃଦେ ସଦା ସୁମରିବୁ।

  ଧନରେ...


କୋଣାର୍କ ଧାମର ରାମଚଣ୍ଡୀ ନାମେ

  ବାନ୍ଧିବୁ ଜୀବନ ଭେଳା

ବାଙ୍କୀର ଚର୍ଚ୍ଚିକା ନାମକୁ ଧନରେ

  କଣ୍ଠେ କରିଥିବୁ ମାଳ।

ଚିଲିକାରେ କାଳିଜାଇ ନାମେ ଧନ

  ଭକ୍ତିରେ ମଥା ନୋଇଁବୁ।

   ଧନରେ...




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational