STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଅପ୍ରାକୃତ ପ୍ରେମ ମୂର୍ତ୍ତି

ଅପ୍ରାକୃତ ପ୍ରେମ ମୂର୍ତ୍ତି

1 min
174


ଅପ୍ରାକୃତ ପ୍ରେମ ମୂର୍ତ୍ତି

 ଜୟ ରାଧା ହରି

ଅନନ୍ତ ଅବ୍ୟକ୍ତ ନାଥ

 ହେ ଲୀଳା ବିହାରୀ।


ରାଧା ପ୍ରାଣ ଧନ କୃଷ୍ଣ

  ଗୋବିନ୍ଦ ଗୋପାଳ

ଭକତ ଜୀବନ ଧନ

  ନିର୍ବଳ ର ବଳ।


ଗୋପୀ ଗୋପାଳ ଙ୍କ ତୁମେ

 ହୃଦୟ ବିହାରୀ

ଅବ୍ୟକ୍ତ ଲୀଳା ତୁମ୍ଭର

 ବର୍ଣ୍ଣନେ କେ ସରି।


ରାସେଶ୍ୱରୀ ରାଧା ସଙ୍ଗେ

  ଗୋପ ବୃନ୍ଦାବନେ

ଫଗୁ ଖେଳ ନାନା ରଙ୍ଗେ

 ଆନନ୍ଦିତ ମନେ।


ପିଚକାରୀ ମାରି ଗୋରୀ

  ଶ୍ରୀ ରାଧାଙ୍କୁ ପ୍ରେମେ 

ରଙ୍ଗ ରେ ଭିଯାଉ ଥିଲ

  ଆନନ୍ଦିତ ମନେ।


ଦ୍ଵାପର ଯୁଗରେ ଗୋପୀ 

  ଗୋପାଳଙ୍କ ମେଳେ 

ଫଗୁଣ ରେ ଫଗୁ ଖେଳ 

 ଆହା କି ବିହ୍ୱଳେ।


କଳି ରେ ମରତ ଧାମେ  

  ବସି ବିମାନ ରେ

ଶ୍ରୀ ରାଧାଙ୍କ ସଂଗତ ରେ

  ଝୁଲି ଆନନ୍ଦ ରେ।


  ଦୋଳ ରେ ଦୋଳ ଗୋବିନ୍ଦ

   କରିଲେ ଦର୍ଶନ

ଧର୍ମ ଅର୍ଥ କାମ ମୋକ୍ଷ

 ମିଳଇ ବହନ।


ବାଙ୍କ ଚାହାଣୀ ରେ ଚାହିଁ

  ମନ ନିଅ କିଣି

ମୁନି ମନୋହରା ତୁମ

  ସେ ଅପୂର୍ବ ଠାଣି।


ରାଧା କୃଷ୍ଣ ଙ୍କ ଯୁଗଳ

  ମୂରତି ଦର୍ଶନ

କରିଦେଲେ ସର୍ବ ପାପ

  ହୁଅଇ ମୋଚନ।


ଅପ୍ରାକୃତ ପ୍ରେମ ମୂର୍ତ୍ତି 

  ଜୟ ରାଧା ହରି 

ସେ ରୂପ ଦର୍ଶନ କରି

  ଦିନ ଯାଉ ସରି।


ଦୋଳ ବିମାନ କୁ କନ୍ଧେ

 ବାହିବି ଆନନ୍ଦେ

ରାଧା କୃଷ୍ଣ ନାମ ସଦା

  ଥାଉ ମୋର ତୁଣ୍ଡ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational