STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ରସଗୋଲା ଲୀଳା 🌹🌹🌹🌹🌹🌹🌹✍️ ରସଗୋଲା ରେ ରସଗୋଲା

ରସଗୋଲା ଲୀଳା 🌹🌹🌹🌹🌹🌹🌹✍️ ରସଗୋଲା ରେ ରସଗୋଲା

1 min
16

ରସଗୋଲା ଲୀଳା
🌹🌹🌹🌹🌹🌹🌹✍️
ରସଗୋଲା ରେ ରସଗୋଲା
ଜଗତ ମାତାଙ୍କ ମାନଭଞ୍ଜନ ରେ
  ଜଗବନ୍ଧୁ କଲେ ଯେଉଁ ଲୀଳା
ରସଗୋଲା ସ୍ଵାଦ ପାଇ ମାଆଙ୍କର 
   ରାଗ ଅଭିମାନ ଚାଲିଗଲା।
     ରସଗୋଲା ରେ,,,,,,,
ଭାଇ ଭଉଣୀ ଙ୍କୁ ସାଥିରେ ନେଇ
  ନବ ଦିନାତ୍ମକ ଯାତ୍ରା ରେ
ଯାଇଥିଲେ ପ୍ରଭୁ ରଥ ଚଢ଼ି ପରା
  ରହିଲେ ଗୁଣ୍ଡିଚା ମନ୍ଦିରେ
ପ୍ରାଣ ପ୍ରୀୟଙ୍କର 
ମାଆ ଲକ୍ଷ୍ମୀ ରାଗ
   ଅଭିମାନ ବଢ଼ିଗଲା।
ରସଗୋଲା ରେ,,,,,,,,
ହେରା ପଞ୍ଚମୀ ରେ ରାଗେ ମାଆ ଲକ୍ଷ୍ମୀ
ରାଗ ତମତମ ହୋଇ
ପାଲିଙ୍କି ଆସି ନନ୍ଦିଘୋଷ ରଥ
କାଠ କୁ ଭାଙ୍ଗିଲେ ତମ ବହି

ବିମଳା ମାଆ ଙ୍କ ମନ୍ତୁରା ଧୂଳି ରେ
  ପ୍ରଭୁଙ୍କର ମୋହ ଭଙ୍ଗ ହେଲା।
   ରସଗୋଲା ରେ,,,,,,
।ଭାଇ ଭଉଣୀ ଙ୍କୁ ସାଙ୍ଗ ରେ ଗୋସାଇଁ
   ରଥେ ସୁନାବେଶ ହେଲେ
ଅସରିରୀ ଆତ୍ମା ସନ୍ତୁଷ୍ଟ ପାଇଁ କି
   ଅଧର ପଣା କୁ ଦେଲେ
ନୀଳାଦ୍ରି ବିଜୟ ପାଇଁ ମହାପ୍ରଭୁ
  ମନ ଆଗଭର ହେଲା।
ରସଗୋଲା ରେ,,,,,,,,z
ପ୍ରାଣ ପ୍ରିୟା ଜେମା ସାଗର ତନୟା
  ଅଭିମାନ ଦୂର ପାଇଁ
ଅତି ସରାଗ ରେ ରସଗୋଲା ପ୍ରଭୁ
 ସଙ୍ଗତେ ଆଣିଲେ ନେଇ
ରସଗୋଲା ଦେଖି ମାଆ ଲକ୍ଷ୍ମୀଙ୍କର
  ଅଭିମାନ ତୁଟି ଗଲା।
   ରସଗୋଲା ରେ ରସଗୋଲା,,,,,,
 ରସଗୋଲା ରେ ରସଗୋଲା,,,,,,,,,
🌼🌼🌼🌼🌼🌼🌼🌼
    ବିଜୟ କୁମାର ସ୍ବାଇଁ
      ପ୍ରଧାନ ପଡା
       କଟକ।🌹✍️


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational