STORYMIRROR

pravasini Senapati

Inspirational

3  

pravasini Senapati

Inspirational

ନାରୀ

ନାରୀ

1 min
238

ନାରୀ ନୁହେଁ ଏକ କିଣା ବିକା ଦ୍ରବ୍ୟ 

          କିଣି ନେବ, ଭାଙ୍ଗି ଦେବ..... 

ନାରୀ ନୁହେଁ କାଚ, ମାଟିର ଖେଳନା 

        ଖେଳି ସାରି ଫିଙ୍ଗି ଦେବ ।(୧) 

ଭାବନାହିଁ ତାକୁ ସାମାନ୍ୟ ନାରୀ ଟେ 

           ଦୁର୍ବଳା ଅବଳା ମନେ 

ଦୁର୍ଗା ରୂପେ ସେ ଯେ ମହିଷାସୁରକୁ

          ବିନାଶ କରିଛି ଦିନେ।(୨) 

ରାଣୀ ଲକ୍ଷ୍ମୀବାଈ ନାରୀଟିଏ ହୋଇ 

          ସାଜିଥିଲେ ବିରାଙ୍ଗନା..... 

ସାବିତ୍ରୀ ଓ ସୀତା ପରି ସେ ପବିତ୍ରା

        ନୁହଁଇ ସେ ଅସାମାନ୍ୟା ।(୩)

 ଗାର୍ଗୀ,ମୈତ୍ରୀ,ଲୀଳାବତୀର ଶୋଣିତ 

         ତା ଦେହରେ ପ୍ରବାହିତ 

ଜନ୍ମଦାତ୍ରୀ ସେ ଯେ କେତେ ସାଧୁ ସନ୍ଥ 

        ହୁଅନ୍ତି ତା ଠାରୁ ଜାତ ।(୪) 

ମମତା ମୟୀ ସେ ତା ସ୍ନେହ ପରଶେ

        ପାଷାଣ ବି କୁହେ କଥା

ସୃଷ୍ଟି ରକ୍ଷା ଲାଗି ଅତି ଯତନ ରେ

          ଗଢ଼ିଛି ତାକୁ ବିଧାତା ।(୫)

ତାର ତ୍ୟାଗ ଆଉ ବଳିଦାନ ଯେତେ

          କେହି ସୁଝି ପାରିନାହିଁ 

ଯୁଗେ ଯୁଗେ ସେ ଯେ ବିଶ୍ୱ ବନ୍ଦନୀୟା

         ଉପମା ତାହାର ନାହିଁ ।(୬)

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational