Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pravasini Senapati

Abstract

3  

pravasini Senapati

Abstract

ଚଲାଇବ ହସ୍ତ ଧରି

ଚଲାଇବ ହସ୍ତ ଧରି

1 min
165



ଅଜଣା ପଥରେ ଚାଲୁଛି ଠାକୁରେ

ତୁମକୁ ଆଶରା କରି

ପଡ଼େ ଯଦି ଝୁଣ୍ଟି ନେବ ହେ ସାଉଁଟି

ଚଲାଇବ ହସ୍ତ ଧରି ।


ଶ୍ରୀହସ୍ତ ସ୍ପର୍ଶରେ କ୍ଳାନ୍ତି ଯିବ ଦୂରେ

ଚାଲିବି ଆଗକୁ ମୁହିଁ

ତୁମେ ଥିଲେ ସାଥେ, ଝଡଝଞ୍ଜା ଯେତେ

ଆସିଲେ ଡରିବି ନାହି ।


ହେବ ମୋତେ ସାହା ଦେଖାଇବ ରାହା

ଯେବେ ମୁଁ ଭୁଲିବି ପଥ

ଚକା ନୟନରେ ରଖିଥିବ ସଦା

ପର କରିବନି ନାଥ ।


ଚାଲୁ ଚାଲୁ ଯେବେ ସଞ୍ଜ ନଇଁ ଯିବ

ସରିଯିବ ମୋର ଦିନ

ଶ୍ରୀ ଚରଣ ତଳେ ଦେବ ଟିକେ ସ୍ଥାନ

ଏତିକି ମୋ ନିବେଦନ ।


Rate this content
Log in

Similar oriya poem from Abstract