STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ଚିନ୍ତା

ଚିନ୍ତା

1 min
20


ରାତିର ନିଦ ହଜାଇ ଦିଏ

 ଯେବେ ଚିନ୍ତା ମନକୁ ଆସି ଥାଏ

ଚିନ୍ତା ଜୀବନ କୁ ନର୍କ କରି ଦିଏ

  ସୁସ୍ଥ ଲୋକ ଅସୁସ୍ଥ ହୋଇ ଯାଏ

ବେଶୀ ଦୁଃଖ ଆସିଲେ ଚିନ୍ତା ହୁଏ

  ଶତ୍ରୁ ସାଜି ସେ ଜୀବନେ ଆସି ଥାଏ

ଚିନ୍ତା ହିଁ ସୁଖ ଛଡାଇ ନେଇ ଯାଏ

  ହସ ଖୁସି ଚିନ୍ତା ପାଇଁ ହଜି ଯାଏ

ଚିନ୍ତା ଯୋଗୁ ରୋଗ ମାଡି ବସି ଥାଏ

  ଅକାଳ ମରଣ ଚିନ୍ତା ପାଇଁ ହୋଇ ଥାଏ

ପରିବାର ଚିନ୍ତା କରି କିଏ ହତାସ୍ ହୋଇ ଯାଏ

  ସେଇ ପରିବାର ପାଇଁ କେତେ କଷ୍ଟ କରି ଥାଏ

କର୍ମ ପଥେ ରହି ଚିନ୍ତା କରି ଅଶାନ୍ତି ଦୁଃଖ ପାଏ

  ସୁଖ ଶାନ୍ତି କିଛି ନ ଥାଏ ଯଦି ଚିନ୍ତା ଥାଏ

ସକଳ ଚିନ୍ତା କରି ମଣିଷ ରୋଗୀଣା ହୋଇ ଯାଏ

  ଅଭାବ ଅସୁବିଧା ଚିନ୍ତା କରି ନିଜେ କଷ୍ଟ ପାଏ

କିଏ ଅର୍ଥ ଯୋଗୁ ଚିନ୍ତା କରି ଅନର୍ଥ ବି କରି ଯାଏ

  ଚିନ୍ତା କରି ଜୀବନ ର ଅମୁଲ୍ୟ ସମୟ ଚାଲି ଯାଏ

ଚିନ୍ତା ନ କରି ଯିଏ ସର୍ବଦା ଚିନ୍ତନ କରି ଥାଏ

  ସମସ୍ୟା କୁ ତାର ସମାଧାନ କରି ସନ୍ତୋଷ ହୁଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract