ତୁମେ ଆଉ ମୁଁ
ତୁମେ ଆଉ ମୁଁ
ତୁମେ ମୋ ନିଃଶ୍ୱାସ ତୁମେ ମୋ ବିଶ୍ୱାସ
ସ୍ପନ୍ଦନ ଏ ହୃଦୟର
ଆମ ଏ ବନ୍ଧନ ଏ ଜନ୍ମର ନୁହେଁ
ଏ ତ ଶହେ ଜନମର ।
ତୁମେ ମୋ ଚିନ୍ତନ ତୁମେ ମୋ ସପନ
ତୁମେ ମୋ ଆଖିର ଜ୍ୟୋତି
ତୁମେ ମୋର ଶକ୍ତି ତୁମେ ମୋ ଆଶକ୍ତି
ତୁମେ ମୋର ହୀରା ମୋତି ।
ତୁମେ ମୋ ଭାବନା ତୁମେ ମୋ କଳ୍ପନା
ତୁମେ ମୋ ସାରା ସଂସାର
ତୁମେ ପୂର୍ଣ୍ଣ ଚନ୍ଦ୍ର ମନ ଅନ୍ତରୀକ୍ଷେ
ମୁଁ ଯେ ପ୍ରେୟସୀ ତୁମର ।
ତୁମେ ମୋର ଆଶା ତୁମେ ମୋ ଭରସା
ତୁମ ଲାଗି ଏ ଜୀବନ
ତୁମେ ମୋର ଶଙ୍ଖା ତୁମେ ମୋ ସିନ୍ଦୁର
ତୁମେ ମୋର ଅଭିମାନ ।
ତୁମେ ମୋର ସାହା ତୁମେ ମୋର ରାହା
ମୋ ସ୍ବପ୍ନ ରାଜକୁମାର
ତୁମ ପ୍ରେମ ରଙ୍ଗେ ମୁଁ ଆଜି ରୂପସୀ
ହୃଦୟ ରାଣୀ ତୁମର ।