STORYMIRROR

pravasini Senapati

Comedy

3  

pravasini Senapati

Comedy

ଶ୍ରୀମତୀଙ୍କ ଦୀପାବଳୀ

ଶ୍ରୀମତୀଙ୍କ ଦୀପାବଳୀ

1 min
369


କୁନି ଘର ଆଉ ରୁବି ଘର କାଲି

ପାଳୁଥିଲେ ଦୀପାବଳୀ

କିଏ କେତେ ଲିଚୁ ଲଗାଇ ପାରିବ

ଦୁହେଁ ତ ଦୁହିଁଙ୍କୁ ବଳି ।


ରଙ୍ଗୋଲିର ରଙ୍ଗେ ସଜାଇ ଅଗଣା 

ଉଠାଇଲେ ପୁଣି ଫଟୋ

ଫେସବୁକ ଆଉ ଇନଷ୍ଟାଗ୍ରାମରେ ଦେଲେ

ଆସିବ ଭଲ କମେଣ୍ଟ ।(୧)


କୁନି ବୋଉ ତାର ଅଗଣାରେ ଆଣି

ଦୀପାଳି ଦେଲାଣି ଜାଳି

ରୁବି ବୋଉ ମନ ହାଇଁ ପାଇଁ ହୁଏ

ରୁବି ବାପା ପାଶେ ଅଳି ।(୨)


ତାଙ୍କର ଲାଗିଛି ଶହେଟି ଦୀପାଳି

ତୁମେ ଆଣିଛ ଅଳପ

ତାଙ୍କ ଠାରୁ ଆମ ରୋଜଗାର ବେଶୀ

ଯାଇଁ ଆଣ ଆଉ ଦୀପ ।(୩)


ଦେଖ, ତାଙ୍କ କୁନି ଫୁଟାଉଛି କେତେ

ଦାମିକା ଦାମିକା ବାଣ

ରୁବି ମୋର ଘରେ ରୁଷି ବସିଲାଣି

ଆମର ବି କିଣି ଆଣ ।(୪)


ତାଙ୍କ ଠାରୁ ଆମ ମାନ ସନମାନ

ସମାଜରେ ଯେ ଅଧିକ

କମ ଖର୍ଚ୍ଚରେ ଦିବାଲି ପାଳିଲେ

କଅଣ ଭାବିବେ ଲୋକ ?(୫)


ଶୁଣୁ ଥିଲେ ସବୁ ରୁବି ବାପା ବସି

ଫେଏଁ କିନା ଦେଲେ ହସି

ହଉ ଶ୍ରୀମତୀ ମୁଁ ସେମିତି କରିବି

ଯେଉଁଥିରେ ତୁମେ ଖୁସି ।(୬)


ଦୀପଟିଏ ଜାଳି ଦିବାଲି ପାଳିଲେ

ପ୍ରଦୂଷଣ ମୁକ୍ତ ହେବା 

ଟଙ୍କା ଦେଇ ଆମେ କାହିଁକି କହିଲ

ରୋଗ ଓ ଦୁଃଖ କିଣିବା ??(୭)


ବୁଝାଇ ସୁଝାଇ କହିଲେ ସେ ସବୁ

ଶ୍ରୀମତୀ ବି ଗଲେ ବୁଝି

ପ୍ରଦୂଷଣ ମୁକ୍ତ ଦିବାଲି ପାଳିଲେ

ସ୍ୱାମୀ କଥା ମନେ ହେଜି ।(୮)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy