STORYMIRROR

Dr Baman Chandra Dixit

Comedy

3  

Dr Baman Chandra Dixit

Comedy

କହୁଥାଅ ପଛେ ଛୋପରା

କହୁଥାଅ ପଛେ ଛୋପରା

1 min
193

ମାଠିଆ କଚାଡ଼ି ରାଗ ସୁଝାଉଛ

ଦେଖଉଛ ମୋତେ ଖପରା

ମୁଁ ପେରେମ ପସରା ମେଲେଇ ବସିଛି

ତଥାପି କହୁଛ ଛୋପରା।।


ଗାଈଘିଅ ଅବା ପୁରୁଣା ଚାଉଳ

ସବୁରି ସୁମାର ନିଆରା

ଚାଳିଶି ବର୍ଷୀୟା ଅନୁଭବୀ ପ୍ରେମୀ

କେମିତି ହେଲି ମୁଁ ଛୋପରା।।


ପେଏଣ୍ଟକୁ ଟେକି ନଈ ପାରି ହେଇ

ଇସୁକୁଲୁ ଯିବା କାଳେ

ପେଏଣ୍ଟଟା ଟିକେ ଭିଜି ଯାଏ ଯଦି

କାହିଁକି କହିବ ମୁତୁରା।।


ବେଣୀ ଦୋହଲେଇ ଯାଉଥିଲା ଯେବେ

କଲେଜକୁ ମିନି କେବେ

ଖାଲି କଥା ପଦେ ହେବାକୁ ଚାହିଁଲେ

କହୁଥିଲା ସିଏ ଛତରା।।


ପ୍ରବଳ ଜୁଆର ପରିକା ମୋ ପ୍ରେମ

ପଥରରେ ମୁଣ୍ଡ ବାଡ଼େଇ

ଭାବୁଛି ବସିକି ସତରେ କି ମୁଁଉଁ

ଛତରା ମୁତୁରା ଛୋପରା।।


ଛତରା କୁହ କି ଛୋପରା କହୁଥା

ପ୍ରେମୀ ପଣିଆଁ କି ଛାଡ଼ିବି

ପାଚିଲା ଦାଢ଼ିକୁ ଗାଲରେ ଘସିବି

କହୁଥାଅ ପଛେ ଛୋପରା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy