STORYMIRROR

LALIT MOHAN DASH

Comedy Romance Inspirational

3  

LALIT MOHAN DASH

Comedy Romance Inspirational

ଜହ୍ନ

ଜହ୍ନ

1 min
204


ସମସ୍ତେ ଦେଖନ୍ତି ଜହ୍ନରେ ପ୍ରେମିକା

ହେଲେ ମୁଁ ଦେଖେ

 ମୋ ପ୍ରିୟା ଭିତରେ ଜହ୍ନ  

ତୁଳନା କରନ୍ତି ଜହ୍ନର ରଙ୍ଗକୁ 

ପ୍ରେମିକା ରଙ୍ଗରେ 

ହେଲେ ମୁଁ ଦେଖେ 

ମୋ ପ୍ରିୟାର ସଫା ମନ ।।


 ଲାଗିଛି କଳଙ୍କ ଜହ୍ନର ରଙ୍ଗରେ 

ତଥାପି ସେ ହୁଏ

 ସୁନ୍ଦର ସଭିଁଙ୍କ ପାଇଁ 

ମୋ ପ୍ରିୟା ମନ ତ ଜହ୍ନ ଠାରୁ ସଫା 

 କାହିଁକି ନ ହେବ 

ସୁନ୍ଦର ସେ ମୋ ପାଇଁ ??


ଜହ୍ନ ଆସେ ନିଜ ସମୟକୁ ଦେଖି ନିଜର ସୁବିଧା ନେଇ

ମୋ ପ୍ରିୟା ତ ଭଲ ତା ଠାରୁ ଅଧିକ 

ଆସେ ମୋର ଖୁସି ପାଇଁ ।

ମୋ ପ୍ରିୟାର ଏତେ ଖୁସି ଦେଖି ଦେଇ 

ଜହ୍ନ ଈର୍ଷା ରେଜଳି ଯାଏ 

ସେଥି ପାଇଁ ଜହ୍ନ ଖାଇଛି ନିୟମ 

ପକ୍ଷେ ଛିଡି ପକ୍ଷେ ବଢ଼ି ଯାଏ ।


ପୂର୍ଣ୍ଣିମାରେ ଆସି କହି ଦିଏ ଜହ୍ନ କେତେ ଦାଗ ତାର ଦେହେ 

ମୋ ପ୍ରିୟାକୁ ଦେଖି ଅମାବାସ୍ୟାରେ ସେ 

ଆକାଶରେ ଲୁଚି ଯାଏ । 


ବାଦଲ ଭିତରେ ଲୁଚି ଯାଏ ଜହ୍ନ

ମୋ ଖୁସିକୁ ଦେଲେ ଦେଖି 

ତଥାପି ଜହ୍ନର ସାହସକୁ ଦେଖ 

ବାଦଲୁ ବାହାରି ହସି ଦିଏ ଫିକିଫିକି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy