ଏ କି ବେଳ କାଳ ଆସିଲା
ଏ କି ବେଳ କାଳ ଆସିଲା
ଏ କି ବେଳ କାଳ ଆସିଲା
ଡାଲି ସାରୁଠୁ ଆଳୁ ପିଆଜର
ଦର ବଢ଼ିଲା,
ତେଲ ହଳଦି ଆଉ କ’ଣ ପଛେପଡ଼ିଲା!
ଗୁଡ଼ ମାଠିଆକୁ ଚିନି ଦର ବି...
ହୁ ହୁ ହୋଇ ଗଛ ଚଢ଼ିଲା ।
ଘର ଘରଣୀର ମୋର ଚିନ୍ତା ବଢ଼ିଲା
ସବୁବେଳେ ଖାଲି ଗାରୁ ଗାରୁ ହୋଇ
ୟାଡ଼ୁ ସିଆଡ଼ୁ ଗପିଲା,
ଭାବିଲି: ରୋଜଗାରଟା ତ ମୁଁ କରୁଛି
ଘର ଚଳେଇବି ମୁଁ, ତେବେ
ଭେଳିକି ଦେଖେଇ ଘରଣୀର ମୁଣ୍ଡ କାହିଁ ବିନ୍ଧୁଛି ଭଲା?
ଯେତେ ବୁଝେଇଲି ନ ଶୁଣିଲା
ବାସନକୁସନ ଫୋପଡ଼ା କଚଡ଼ା କଲା
ରାଗ ତମ୍ତମେ ୟାଡ଼ୁ ସିଆଡ଼ୁ ଗପିଲା,
ମୁହଁ ହଲେଇ କହିଲା: ଜମାରୁ ଛିଗୁଲେଇ ହୁଅନା
ବେଶୀ କହିଲେ ବାପଘର ଯିବି;
ହାତେ ରାନ୍ଧି ଖାଉଥିବ ବସି ଭାତ ଡାଲମା!
ପରଦିନ ଅଫିସ୍ ରାସ୍ତାରେ ସକାଳୁ ସକାଳୁ
ପ୍ରସନ୍ନ ବଦନେ ଦେଖାହେଲେ ଦାଶେ
ପୁଷମାସେ ବି ଛତାକୁ ହାତେ ଧରିଥିଲେ ଝୁଲା,
ଶୁଖିଲା ମୁହଁ ମୋ ଦେଖି ପଚାରିଲେ -
ନାଥେ କ’ଣ ହେଲା;
ମୁଖମଣ୍ଡଳଟା କାହିଁ ଦିଶୁଛି ଶୁଖିଲା!
ଭିତରେ ଚିନ୍ତିଲି ପୁଣି ଉତ୍ତରେ କହିଲି:
ଭଳିକି ଭଳିକି ଭେଳିକି ଦେଖଉଛି ସବୁବେଳେ
ଘରଣୀ କି ମୋର ପାଗଳୀ ପ୍ରାୟ ହେଲା,
ମୋର କଥା ଶୁଣୁନି କି
ଆଚାର-ବ୍ୟବହାର କିଛି ବୁଝୁନି –
କାହିଁ ଏମିତି ରୂପ ସେ ଧଇଲା ।
ସବୁ ଶୁଣି ଦାଶେ ହୋ ହୋ ହସିଲେ
କହୁ କହୁ କହିଦେଲେ –
ଏ ବେଳକାଳେ ସମ ବେନିଦଶା ପଡ଼ିଲା,
ଚିନ୍ତା କାହୁଁକର ନାଥେ ଆପଣେ
ଜାଣିରଖ,
ଏବେଠୁ ବିପତ୍ତି କାଳ ଯେ ଆଇଲା ।
ଦାଶେଙ୍କ କଥା ଶୁଣି ବୁଧିଆଙ୍କ ପରି ଲାଗିଲା:
ନାଥେ ତୁମେ ଘରଣୀ କଥା ବୁଝିପାରୁନା?
ବ୍ୟାଗ୍ ଭର୍ତ୍ତି ପରିବାକୁ କମେଇ କମେଇ
ତୁମେ ଅଧାବ୍ୟାଗ ନେଇ ଘରକୁ ଯାଆନା!
ଘରଣୀ ତୁମର ବେଲା ଭର୍ତ୍ତି ତରକାରୀ ଖୁଆଇ
ସପ୍ତାହେ ପର୍ଯ୍ୟନ୍ତ କେମିତି ଘର ଚଳାଇବ କୁହନା?