STORYMIRROR

Prasanta Kumar Nath

Abstract Others

3  

Prasanta Kumar Nath

Abstract Others

ଥକିପଡ଼େ ପ୍ରଶ୍ନ

ଥକିପଡ଼େ ପ୍ରଶ୍ନ

1 min
157


ଆଜିକାଲିର ଶାସକ ପ୍ରଶାସକ

ସମସ୍ତେ ପଚାରନ୍ତି ପ୍ରଶ୍ନ

ସେଇ ଏକା ପ୍ରକାର

ଚେତନ ଅବଚେତନରେ

ଜମାରୁ ଜଣା ନାହିଁ,

କିଏ ଆଗ ଦେବ ଉତ୍ତର!

କେମିତି ହେବ ପ୍ରଶ୍ନର ସମାଧାନ!

ପୁଣି ବାରମ୍ବାର ପ୍ରଶ୍ନ ପଚରା ହୁଏ

କେତେବେଳେ ନିଜକୁ ତ

ପୁଣି ପର ଅପରକୁ ।


ଉତ୍ତରଦେବା ମଣିଷଙ୍କ

ଚାଲେ ମୁହଁ ଚହାଁ ଚୁହିଁ ପର୍ବ

ସବୁ ଗୋଟିଏ ଡାଳର ପକ୍ଷୀ

ମେଳବାନ୍ଧି ସ୍ୱାର୍ଥ ସିନା ସାଧନ୍ତି;

ବିପଦ ଆସିଲେ ଅଲଗା ଉଡ଼ନ୍ତି

କା'ର କ୍ଷତି ହେଲା!

କିଏ କଷ୍ଟ ପାଇଲା!

ଅପେକ୍ଷା କରନ୍ତିନି ଜାଣିବାକୁ ।


ପ୍ରଶ୍ନପରେ ଦୋଷୀ ଜଣାପଡ଼ିଗଲେ

ଚାଲେ କାଦୁଅ ଫିଙ୍ଗା ପର୍ବ

ସୀମାଲଙ୍ଘେ ଭାଷା;

ବେଳେବେଳେ ଶକ୍ତି ପ୍ରଦର୍ଶନ ବି ହୁଏ!

ରକ୍ତାକ୍ତ ହୋଇବି

ତୁଣ୍ଡି ବାନ୍ଧନ୍ତିନି କେହି ।

କିନ୍ତୁ "ଥକିପଡ଼େ ପ୍ରଶ୍ନ' ପଚାରୁଥିବା ମଣିଷ

ମାଡ଼ିଯାଏ ଆଉ ପାଦେ,

ପେଟ ବିକଳରେ 

ଭିକ ମାଗିବାକୁ ଅଲଗା ଝର୍କାରେ ।


Rate this content
Log in

Similar oriya poem from Abstract