Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Kumar Nath

Abstract Others

3  

Prasanta Kumar Nath

Abstract Others

ରାତ୍ରୀ ଆସିଲେ

ରାତ୍ରୀ ଆସିଲେ

1 min
220



ରାତ୍ରୀ ଆସିଲେ

କୁଆଁତାରା ମଉଳେ

ଅନ୍ଧାର ମାଡ଼ିଆସେ ଧୀରେ ଧୀରେ,

ଠିକ୍ ଯେମିତି ପାପୀମାନେ ଶାଣିତ ହୁଅନ୍ତି

ଧର୍ଷଣ ଆଉ ଲୁଣ୍ଠନ ଇଚ୍ଛାରେ ।


ରାତ୍ରୀ ଆସିଲେ

ଉଚ୍ଛନ ହୁଏ ପୃଷ୍ଠା

ଯୋଡ଼ି ହେବାକୁ ଇତିହାସ ବହିରେ,

ଠିକ୍ ଯେମିତି ସ୍ୱପ୍ନମାନେ

ମାଡ଼ି ବସନ୍ତି ଆଖିକୁ ବିନା ଅପେକ୍ଷାରେ ।


ରାତ୍ରୀ ଆସିଲେ

ବୀଜ ଅଙ୍କୁର ହେବାକୁ ଆରମ୍ଭ କରେ

ଗର୍ଭାଶୟରେ, ଭିଜା ମାଟିରେ,

ଠିକ୍ ଯେମିତି ବାଦୁଡ଼ିମାନେ

ଉଡ଼ିଯାନ୍ତି ଖାଦ୍ୟ ଅନ୍ୱେଷଣରେ ।


ରାତ୍ରୀ ଆସିଲେ

ଅଳ୍ପ ସମୟ ବାକି ରୁହେ କାଲିକି

ତାରିଖ ବଦଳିଯିବାରେ,

ଠିକ୍ ଯେମିତି ଚୋରମାନେ

ଜାଗି ଉଠନ୍ତି ଶିକାର ଲକ୍ଷ୍ୟରେ ।


ରାତ୍ରୀ ଆସିଲେ

ରକ୍ତସବୁ କଳା ଦିଶେ

ବୋହିଗଲାବେଳେ ରାସ୍ତାରେ,

ଠିକ୍ ଯେମିତି ଧର୍ଷକ, ଲୁଣ୍ଠକମାନେ

ଏକାକୀ କାନ୍ଦନ୍ତି ପଶ୍ଚାତାପ ଲୁହରେ ।


Rate this content
Log in

Similar oriya poem from Abstract