STORYMIRROR

Jagabandhu Sahu

Comedy

3  

Jagabandhu Sahu

Comedy

ହାପି କିକ୍ ଡେ

ହାପି କିକ୍ ଡେ

1 min
191

କହିଲି ପ୍ରିୟାକୁ     ଆଜି ଗୋ ତୁମକୁ

     ଦେଖେଇ ନେବି ମୁଁ ଯାତ 

ବାଟେ ଯାଉ ଯାଉ  ଦେଖିଲି ପୋଖରୀ

      ମାରିଲି ପଛରୁ ନାତ

ଗଡି ଗଡି ଯାଇ     ପ୍ରିୟାଟି ମୋହର 

      ପଶିଲା ପାଣି ଭିତେରେ

ରାଗି ପାଚି ସିଏ ନିଆଁବାଣ ହୋଇ 

   ଚାହୁଁଥିଲା ଏକ ଲୟରେ

ହସି ହସି ମୁହିଁ     କହିଲି ପ୍ରିୟାକୁ

      ଦିବସ ପାଳିବା ପାଇଁ 

ବାହାନା କରି ଯେ    ଡାକିଲି ତୁମକୁ 

     kick ମାରିବା ପାଇଁ

ଦେଇଥିଲ କାଲି    ବ୍ରହ୍ମ ଚାପୁଡା ଟେ

    ତୁମେ ପରା ପ୍ରିୟା ମୋତେ 

ସେଥି ପାଇଁ ଆଜି    ସୁଧ ମୂଳ ସହ

    ଫେରେଇ ଦେଉଛି ଯେତେ

ରାଗ ନାହିଁ ମୋର   ସୁନାର ହରିଣୀ 

    ଆସ ମୋ କୋଳକୁ ଚାଲି

ଭିଜେଇ ଦେବି ଗୋ ସାତସୁରେ ମୋର 

      ପ୍ରେମର ରଙ୍ଗକୁ ବୋଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy