Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Swain

Comedy Fantasy Inspirational

4.5  

Goutam Swain

Comedy Fantasy Inspirational

ତେଲିଆ ମୁଣ୍ଡରେ ତେଲ

ତେଲିଆ ମୁଣ୍ଡରେ ତେଲ

1 min
589


ଦିନେ ସନ୍ଧ୍ୟାରେ ଦେଖିଲି ଖବରେ  

    ଏକ ଵିଚକ୍ଷଣ କଥା 

ଅମ୍ବାନୀ ସାହେବ   ତିରୁପତି ଯାଇ

     ପିଟୁଛନ୍ତି ଖାଲି ମଥା l


 ଅମ୍ବାନୀଙ୍କୁ ପଛେ     ପକାଇ ଅଦାନୀ  

        ବିଶ୍ୱର ଦ୍ୱିତୀୟ ଧନୀ 

ସେଲାଗି ଅମ୍ବାନୀ     ଭାରି ଟେନସନ  

      ରାତିରେ ନିଦ ହଉନି l


ବସି ମୁଁ ଭାବିଲି  କୋଉ ମେସିନରେ

    ମପା ହୁଏ ୟାଙ୍କ ଧନ

 ହୁଅନ୍ତାକି କେବେ  ମାପି ହେଇଥାନ୍ତା 

      ତାଙ୍କର ଭିତର ମନ l 


 ଖାଇଲା ପୁଆଟା   ରଙ୍କ ପରି ହୁଏ

    ତେଲିଆ ମୁଣ୍ଡରେ ତେଲ

ଗରିବ ମଲାଣି    ଅଭାବ ଅନଟେ

     ହେଇ ଖାଲି କଲବଲ l


ତେଲିଆ ମୁଣ୍ଡର   ତେଲ ମାପିବାକୁ

    ଅଛି କେତେ କଣ ସଂସ୍ଥା

 କେବେ ମାପିବାକୁ   ଚେଷ୍ଟା କରିଛ କି

      ଚାଷୀ ମୁଲିଆ ଅବସ୍ଥା l 


 ଦୁନିଆ ଯାକରେ   ବାଇଦ ବାଜୁଛି

      ଭାରତ ସବୁଠୁ ଶ୍ରେଷ୍ଠ

 ଉପରଟା ସିନା    ଡଉଲ ଡାଉଲ

     ଭିତର ଟା ଭାରି କଷ୍ଟ l


ଗରିବ ଆଖିରୁ     ଲୁହ ସୁଖୁନାହିଁ 

     ଧନୀର ବାଇଆ ବସା 

ଯବାନ ମରୁଛି     ଲଢ଼ି ସୀମାରେ

     ରାଜ ରାସ୍ତାରେ ଚଷା l


ସ୍ୱାର୍ଥର ମୋହରେ    ସବୁ ଅନ୍ଧ ଏଠି

     ବୁଝନ୍ତିନି ପାପ ପୁଣ୍ୟ 

ଶହେରୁ ଏସିଏ     ବେଈମାନ ଏଠି

      ତଥାପି ଦେଶ ମହାନ l 


 ସତ ଯେ କହୁଛି   ବନ୍ଧା ସେ ହଉଚି

     ମିଛର ହଉଚି ଜୟ

 ସାଧୁ ଦଣ୍ଡ ପାଏ     ଚୋର ଖସିଯାଏ

     କଳିଯୁଗର ଏ ନ୍ୟାୟ l


 ଠକୁଥିବା ଲୋକ     ନିଜର ଏଇଠି

     ଭଲ ଲୋକ ସାତପର

 ଧନୀ ପାଉଅଛି    ଇନ୍ଦିରା ଆବାସ

    ଗରୀବର ନାହିଁ ଘର l


ଏଣ୍ଡୁଅ ପରିକା    ରଙ୍ଗ ବଦଳାନ୍ତି 

    ଯେତେ ସବୁ ବଡ ଲୋକ

 ତେଲ ଥିଲା ଯାଏ    ଖୁବ ଜଳନ୍ତି

     ସରିଲେ ଭଙ୍ଗା ପ୍ରଦୀପ l


Rate this content
Log in

Similar oriya poem from Comedy