ଅଧୁରା ସ୍ୱପ୍ନ
ଅଧୁରା ସ୍ୱପ୍ନ
ଭଲ ପିଲାଟିଏ ହୋଇ ପାରିଲିନି
କଳି କଜିଆର ଦିନ ମୋ ଗଲା
ଭଲ କରି ଟିକେ ପଢି ପାରିଲିନି
ଯେବେ ମୋ ପାଖରେ ସମୟ ଥିଲା l
ଭଲ ଖେଳାଳିଟେ ହେଇ ପାରିଲିନି
ଯଦିଓ ଖେଳିବା ଥିଲା ମୋ ନିଶା
ଭଲ କରି ଟିକେ ଗାଈ ପାରିଲିନି
ଗାୟକ ହବାକୁ ଥିଲା ମୋ ଆଶା l
ଭଲ ପ୍ରେମିକଟେ ହୋଇ ନପାରିଲି
ପ୍ରେମ ଦିନେ ମୋର ସାଧନା ଥିଲା
ମାଟି ଓ ଆକାଶ, ଜହ୍ନ ଓ କଇଁରେ
ପ୍ରୀତି ଖୋଜି ଖୋଜି ଦିନ ମୋ ଗଲା l
ଭଲ ମଣିଷଟେ ହୋଇ ପାରିଲିନି
ଜୀବନଟା ଲାଗେ ଅଧା ଅଧୁରା
ସମୟ ପାଇଲେ ଆର ଜନମରେ
ଅଧୁରା ସ୍ୱପ୍ନକୁ କରିବି ପୁରା l
