STORYMIRROR

Goutam Swain

Tragedy Classics Inspirational

4  

Goutam Swain

Tragedy Classics Inspirational

ବିଦେଶବାସ

ବିଦେଶବାସ

1 min
1

ତ୍ରେତୟାର ସେହି ରାମ ବନବାସ
ଘରେ ଘରେ ଲୋକପ୍ରିୟ
ଆଜିର ରାମର ବିଦେଶବାସକୁ
କିଏ ବା ବୁଝିଛି କୁହ ?

ବନବାସ ସିନା ଚଉଦ ବରଷ
ଫେରିବାଟା ଥିଲା ଜଣା
ବିଦେଶବାସଟି ଅନିଶ୍ଚିତ ଏକ
କାରାଗାରର ଠିକଣା l

ପିତାଙ୍କ ଔଷଧ, ମାଆ ହସ ଆଉ
ଭଉଣୀର ବାହା ପାଇଁ
ବିଦେଶବାସକୁ ଆଦରି ନେଇଛି
ସେ ସ୍ୱପ୍ନକୁ ବଳି ଦେଇ l

ବନବାସେ ସିନା ପତ୍ନୀ ଓ ଅନୁଜ
ଥିଲେ ଛାଇ ପରି ପାଖେ
ବିଦେଶବାସେ ସେ କାନ୍ଦେ ଏକା ଏକା
ସ୍ମୃତିର ନିର୍ଜନ ଫାଙ୍କେ l

ମୋବାଇଲରେ ଦେଖି ପ୍ରିୟାର ମୁହଁକୁ
ଫୁଟେ ତା ଓଠରେ ହସ
କଅଁଳ ଛୁଆଟି କାନ୍ଦି କୁହଇ
ବାପା ତୁମେ ଫେରି ଆସ l

 ଆଧୁନିକ ରାମ ତ୍ୟାଗକୁ କେହି
 ଲେଖନ୍ତିନି କବିତାରେ
 ଆଖି ଲୁହ ତାର ଓଠ ପି ଯାଏ
 ଅଫିସ ଚାରିକାନ୍ଥରେ ।

ଖାଇବା ରହିବା ଯାହା ହଉ ପଛେ
ସବୁକୁ ନିଏ ଚଳେଇ
ଘରେ ତାର ସୁଖ ସଉଦା ପାଇଁକି
ପଇସା ଦିଏ ପଠାଇ l

ତା'ର ଏ ଜୀବନ ଏକ ବଳିଦାନ
ବନବାସ ପରି ଜାଣ
ପ୍ରତି ମୁହୁର୍ତରେ କାଟି ସେ ଚାଲିଛି
ନୀରବ ନିର୍ବାସନ l

ଆଧୁନିକ ରାମ କୁହଇ ନିଜକୁ
ଚଉଦ ବରଷ ପରେ
ବିଦେଶବାସ ତା ସରିବ କେବଳ
ନିଶ୍ୱାସ ଗଲା ପରେ ... ନିଶ୍ୱାସ ଗଲା ପରେ..... I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy