STORYMIRROR

Goutam Swain

Romance Tragedy Fantasy

3  

Goutam Swain

Romance Tragedy Fantasy

"ଏକା ଏକା"

"ଏକା ଏକା"

1 min
6

ଏକାଏକା ଆଜି ନିଜକୁ ଖୋଜୁଛି
ଦୁନିଆର ବଜାରରେ,
କେବେ ନିରୋଳାରେ କବିତା ଗଳ୍ପରେ
ପୁଣି କେବେ ପ୍ରତୀକ୍ଷାରେ l

କେହି ଆସିବନି ନିର୍ଜନ ଏ ବନେ
ତଥାପି ଉତ୍କଣ୍ଠା ମନେ,
ରିକ୍ତ ଆକାଶର ମୁକ୍ତ ବିହଙ୍ଗ ମୁଁ
ମନ୍ଦାକିନୀ ଉପବନେ l

ନିଜ ସାଥେ ନିଜେ ପ୍ରେମ ମୁଁ କରୁଛି
ଆଶା ନାହିଁ ମୋର କିଛି
ମନର ବେଦନା ଭାରି ହେଇ ଗଲେ
ଗୀତରେ ତୋଳି ଦେଉଛି l


Rate this content
Log in

Similar oriya poem from Romance