STORYMIRROR

Goutam Swain

Tragedy Action Inspirational

4  

Goutam Swain

Tragedy Action Inspirational

ରଘୁଆ

ରଘୁଆ

1 min
23

ବଣ ତଳେ ବସି ଦେଖୁଛି ରଘୁଆ
ତାର ସେଇ ପ୍ରିୟ ଝରକୁ
ଆଜିବି ଶୁଖିନି ତାର ଧାର
ଖାଲି ଯାହା ଟିକେ ଥକି ଯାଇଛି
ପଙ୍କ ଭିତରୁ ମୁଣ୍ଡ ଟେକି ବାହାରିବାକୁ ଆଜିବି ସେ ବ୍ୟଗ୍ର
ହେଲେ ଶରୀର ତାର ନିସ୍ତେଜ
ଆଉ ପାରୁନି ସେ
ଖୋଜୁଛି କାହାର ସାହାରା
କିଏ ଦେବ ???
ରଘୁଆ ???
ରଘୁଆର ଅବସ୍ଥା ଠିକ ସେୟା
ନିଜେ ଉଠିପାରୁନଥିବା ଲୋକଟିଏ
କାହାକୁ ଉଠେଇବ କେମିତି ? 
ତଥାପି ସେ ଚିନ୍ତିତ
ବାଟୋଇକୁ ଦେଖିଲେ ରଘୁଆ ପାଟି କରି ଡାକେ
ପାଖରେ ବସେଇ ଅତୀତକୁ ଟିକନିକ ବଖାଣେ
ଜକେଇ ଆସୁଥିବା ଆଖି ଦୁଇଟିରୁ
ତା ଆକୁଳ ନିବେଦନ ସ୍ପଷ୍ଟ ବାରି ହୋଇ ପଡେ
ବାଟୋଇର କି ଯାଏ ଆସେ
ସବୁ ଶୁଣି ନ ଶୁଣିଲା ଭଳି ଚାଲିଯାଏ
ରଘୁଆ କିନ୍ତୁ ହାରିନି
ନିଜେ ମରିବା ଆଗରୁ ତା ପ୍ରିୟ ଝରକୁ ବଂଚେଇବାର ଚେଷ୍ଟା କେବେ ସରିବନି, କେବେ ମରିବନି ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy