STORYMIRROR

Goutam Swain

Tragedy Fantasy Inspirational

4  

Goutam Swain

Tragedy Fantasy Inspirational

"ଖଣ୍ଡେ କାଗଜ"

"ଖଣ୍ଡେ କାଗଜ"

1 min
29

ଖଣ୍ଡେ କାଗଜ ...
ସାରା ଜୀବନ ମୋତେ କେବଳ କନ୍ଦେଇ ଚାଲିଛି !
କେବେ ପରୀକ୍ଷାର ଫଳାଫଳ ହେଇ ତ କେବେ
ଯୋଗ୍ୟତାର ପ୍ରମାଣପତ୍ର ହେଇ 
କେବେ ପ୍ରେମିକାର ଲୁହ ଭିଜା ଚିଠି ହେଇ ତ
କେବେ ଛାଡପତ୍ର ଅବା ଆଲିମୋନୀ ହେଇ
କେବେ ସମ୍ପତ୍ତିର ମାଲିକାନା ହେଇ ତ
କେବେ ବକେୟା ପାଉଣାର ଚିଠା ହେଇ
କେବେ ନିଯୁକ୍ତିର ପତ୍ର ହେଇ ତ
କେବେ ଚୁକ୍ତିର ସମାପ୍ତି ହେଇ
କେବେ ସନମାନପତ୍ର ହେଇ ତ
କେବେ ସମାଜର କ୍ରୁର ନୋଟିସ ହେଇ 
ସବୁଠୁ ବେଶୀ ସେ ଦିନ କନ୍ଦେଇଚି... 
ଯେବେ ସିଏ ଆସିଛି ମେଡିକାଲର ରିପୋର୍ଟ ହେଇ
 ଦିନେ ଆସିବ, ମୋ ଶେଷ ନିଶ୍ୱାସର ପ୍ରମାଣ ହେଇ
ଆଉ କାନ୍ଥରେ ଟାଙ୍ଗା ହେଇଥିବା ଅଧା ଚିହ୍ନI ଛବିଟିଏ ହେଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy