କାଉଁରି କନ୍ୟା
କାଉଁରି କନ୍ୟା
ଚେହେରା ତୁମର ସଜ ପଦୁଅଁଟେ
ନଜର ହଟୁନି କ୍ଷଣ ନିମିଷେ ,
ଅଙ୍ଗରୁ ଝରଇ ସତେ ଚମ୍ପାବାସ
କାମନା ଜଗାଏ ଯୁବ ମାନସେ ।
ଚାହିଁ ଚାହିଁ ତୁମ ଗୋଲାପୀ ଓଠକୁ
ମନରେ ଜାଗଇ ଅନେକ ଆଶା,
ନିଜର ଭାବିକି ନାମ ମୁଁ ନେଉଛି
ସତେକି ଭୋଗୁଛି ମଙ୍ଗଳ ଦଶା ।
କେମିତି ଭୂଲିବି ତୁମ ଆଖି ପ୍ରିୟେ
ଚାହାଣି ତୁମର ଦେଉଛି ହାଣୀ,
ତୁମକୁ ଯେ କେତେ ଝୁରୁଛି ଆଜି ମୁଁ
ସତରେ ତୁମେ କି ପାରୁନ ଜାଣି ?
ନ'ହେଲେ ପଦିଏ କଥା ତୁମ ସହ
ଶାନ୍ତିରେ ମୋହର କଟୁନି ଦିନେ,
ତୁମକୁ ଛାଡ଼ି ମୁଁ ରହିପାରୁ ନାହିଁ
ହୁଏ ନାହଁ ଜୀବନର ମାନେ ।
କାଉଁରି କନ୍ୟା ଗୋ କି'ଯାଦୁ କରିଲ
ନିୟନ୍ତ୍ରଣ ମୋର ରଖିଲ ହାତେ,
ନପାଇଲେ ସାଥି କେମିତି ବଞ୍ଚିବି
ଭାରି ଏକା ଏକା ଲାଗେ ଜଗତେ।

