ବର୍ଷା ଭିଜା ଶୀତ ରାତି
ବର୍ଷା ଭିଜା ଶୀତ ରାତି
ଅମବାସ୍ୟା ରାତିର ଘନ ଅନ୍ଧାର
ଅକସ୍ମାତ ବର୍ଷା ସହ ଶୀତର ମିଳନ...
ଏଇ ଦେଖନା..ଥରି ଉଠୁଥିବା ଓଠରେ
ଉଷ୍ମତା ଖୋଜୁଛି ତୁମ ଶରୀର...।
କାହିଁ,ଚାହିଁ ହୁଏନା ତୁମ ଚାନ୍ଦିନୀ ଚେହେରା
ଏଇ ନିଶାକ୍ତ ଆଖିରେ...
ଖାଲି ଭିଜିବାକୁ ଚାହେଁ ମନ
ତୁମ ପ୍ରୀତିର ଅହରହ ବର୍ଷାରେ....।
ବିଜୁଳିଟା ବି ଉଙ୍କିମାରେ ତୁମ ପାଉଁଜିର ଶବ୍ଦପରି।
ଦୂରେଇବାକୁ ଦିଏନି ଝୁମେଇ ଘାରୁଥିବା ନିଶା ପରି
ତୁମ ଝାଳଭିଜା ଓଠ,
ଆଉ କୋଳେଇ ନେଉଥିବା ପ୍ରେମପରସା ହାତ...।
ତୁମ ଆଉ ମୋ ଭିତରେ
ଏଇ ଅଭୁଲା ବର୍ଷାଭିଜା ଶୀତରାତି
ଯେପରି,ବରଫ ମିଶା ହ୍ବିସ୍କୀ
ଆଉ ଗୋଲ୍ଡଫ୍ଲାକ୍ ସିଗାରେଟର ତାତି।

