STORYMIRROR

Goutam Swain

Romance Tragedy Thriller

4  

Goutam Swain

Romance Tragedy Thriller

ସପନରେ ଟିକେ ଆସ

ସପନରେ ଟିକେ ଆସ

1 min
54

ଦେଖା ହେଇଥିଲା ଗଲା ଶ୍ରIବଣରେ
ଏ ଶ୍ରIବଣକୁ ହବ ବର୍ଷେ
ମନେ ପଡିଗଲେ ସେ ଦିନର କଥା
ମେଘ ପରି ମୁଁ ଭାସେ

ବରଷା ରାତିରେ ଘନ ଅନ୍ଧାରରେ
ଆମ୍ବ ଗୋଟେଇବା ନିଶା
ବିଜୁଳି ଆଲୋକେ ମୁହଁ ଦେଖି ତୁମ
ବାନ୍ଧିଥିଲି କେତେ ଆଶା

ଝଡ ଗଲା ପରି ଚାଲିଗଲ ତୁମେ
ପାରିଲିନି କିଛି କହି
ସେଇଦିନ ଠାରୁ ବରଷେ ହେଲାଣି
ତୁମକୁ ରହିଛି ଚାହିଁ

ଅବୁଝା ମନକୁ ପାରୁନି ବୁଝେଇ
ଖୋଜୁଛି ତୁମକୁ ଖାଲି
ବିରହ ବେଦନା କେତେ ମୁଁ ସହିବି
ବୟସ ଯାଉଛି ଚାଲି

ସତରେ ତ କେବେ ଦର୍ଶନ ଦେଉନ
ସପନରେ ଟିକେ ଆସ
ରଜନୀରେ ଯେବେ ସଜନୀ ନଥାଏ
ଯୌବନ ଟି ଲାଗେ ବିଷ   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance