ତୁମେ ଥରେ ଆସନ୍ତ କି ?
ତୁମେ ଥରେ ଆସନ୍ତ କି ?
ତୁମେ ଥରେ ଆସନ୍ତ କି ?
ମୋ ଆକୁଳ ପ୍ରତୀକ୍ଷାର ଅନ୍ତ ପୂର୍ବରୁ
ଅନୁରାଗର ଦୀପଟି ଲିଭିବା ଆଗରୁ
ଉଦ୍ଭାସିତ ଆଭା ହୋଇ ନିଃଶବ୍ଦରେ ପୋଛି ଦିଅନ୍ତ
ମୋ ଆବେଗ ଓ ବିଷାଦର ଅନ୍ଧକାର ସବୁ ।
ତୁମେ ଥରେ ଆସନ୍ତ କି ?
ସେ ଗୋଧୂଳି ସଞ୍ଜରେ...
ଅସ୍ତ ଅରୁଣର ବର୍ଣ୍ଣରାଗରେ..
ପକ୍ଷୀଙ୍କର କଳ ଗୁଞ୍ଜନରେ
ଝରି ଯାଆନ୍ତା ଝରା ଶେଫାଳୀର ମହକ
ନିଖୋଜ ଅଛି ଯାହା ଅନେକ ବର୍ଷରୁ
ତୁମେ ଥରେ ଆସନ୍ତ କି ?
ଭରିଦେଇ ହୃଦୟରେ ଏକ ସ୍ନିଗ୍ଧ ସ୍ଵୀକୃତି
କରି ଦିଅନ୍ତ ଶୁନ ରୁ ମହା ଶୂନ୍ୟ ମତେ
ନିସ୍ପନ୍ଦ କରି ମୋ ମୁହୂର୍ତ୍ତ ସବୁ
ଏକାତ୍ମ୍ୟ ଓ ଏକନିଷ୍ଠତାରେ
ସ୍ବାଗତ କରନ୍ତି ତୁମକୁ ଅପୂର୍ବ ଚିନ୍ମୟ ଆନନ୍ଦେ
ତୁମେ ଥରେ ଆସନ୍ତ କି....?

