ମିଛୁଆ ସ୍ୱାମୀ
ମିଛୁଆ ସ୍ୱାମୀ
ସ୍ୱାମିଟା ସତରେ ଏଡ଼େ ମିଛୁଆଟେ
ମିଛ ଗୁଡା ଖାଲି ବକନ୍ତି
ରାଗ ,ଖଟା, ପିତା ଯାହା ଲାଗୁ ପଛେ
ହାତକୁ ଚୁଚୁମି ନିଅନ୍ତି l
କୁହନ୍ତି ମିଛରେ କୋଉ ଜନମରେ
କି ଭଲ କାମ ମୁଁ କରିଛି
ଯୋଉଁଥିପାଇଁ ମୁଁ ତୁମ ପରି ଗୋଟେ
ସ୍ତ୍ରୀଟିଏ ଆଜି ପାଇଛି l
ସଜ ଧଯ ହେଇ ପଚାରିଲେ କେବେ
କେମିତିକା ମୁଁ ଦିଶୁଚି ?
ମିଛୁଆ ସ୍ୱାମିଟା ମିଛରେ କୁହନ୍ତି
ପରୀଟେ ଓଲ୍ହେଇ ଆସିଛି l
ଅଭାବରେ ଥିଲେ ଅଭାବର କଷ୍ଟ
ଏକା ଏକା ସିନା ସହନ୍ତି
ପଚାରିଲେ କେବେ ସବୁଥିଲା ପରି
ମିଛରେ ଫୁଟାଣି ମାରନ୍ତି l
ସବୁରି ପେଟର ଚିନ୍ତା କରି କରି
ନିଜକୁ ଉପାଶେ ରଖନ୍ତି
ପଚାଲିଲେ ମିଛେ ପେଟକୁ ବାଡେଇ
ବାହାରେ ଖାଇଛି କୁହନ୍ତି l
ଘରେ କେହି ଯଦି ବେମାର ହୋଇଲେ
ଆଖିର ନିଦ ସେ ହଯାନ୍ତି
ନିଜେ ଯେତେ ରୋଗ ବେମାର ହେଲେବି
ଗୁରୁଣ୍ଡି କାମକୁ ଯାଅlନ୍ତି l
କେବେ ସୁନା ଭାଇ କେବେ ସୁନା ପୁଅ
କେତେ ଚରିତ୍ରରେ ରୁହନ୍ତି
ଭଲ ସ୍ୱାମୀଟିଏ କେବେ ହେଲ ତୁମେ
ପଚାରିଲେ ମିଛ କୁହନ୍ତି l
କଥାରେ କଥାରେ କୁହନ୍ତି ମିଛରେ
ତୁମ ପାଇଁ ଖାଲି ଆସିଛି
ହାତ ଧରି ତୁମ ବାଟ ଚାଲୁଥିବି
ଏତିକି ଭରସା ଦଉଚି l
