ନିର୍ଝରା
ନିର୍ଝରା
ନିର୍ଝରା ଗୋ ତୁମେ ମୋ ମନ ପାହାଡ଼େ
ବହି ନ ପାରିଲ ନାହିଁ
ମନ୍ଦାକିନୀଟିଏ ସାଜିବ ନିଶ୍ଚୟେ
କାହା ଉପବନେ ଯାଇ l
ମୋ କ୍ଷତକୁ ଦେଖି ଅଟକିବ ନାହିଁ
ଛାତି ପଛେ ଯାଉ ଦହି
ପଥରଟେ ହୋଇ ପଡ଼ିଥିବି ସଦା
ତୁମ ବାଟକୁ ଅନେଇ l
ମିଶି ଯିବ ବୋଲି ସାଗର ବୁକୁରେ
ଛାଡ଼ି ଦେଲି ତୁମ ବାଟ
ତୁମ ସୁଖ ପଥେ କଣ୍ଟକ ହେବିନି
ନ ଥିବ କିଛି ଆକଟ l
ବହିଯାଅ ଦୂରେ ସ୍ଵପ୍ନର ସେ ପାରେ
ହସି ହସି ଯିବି ମରି
ଛାତିରେ ପଥର ରଖି ମୁଁ ଗଢିବି
ନିର୍ଝର ଏକ ଗିରି l
