STORYMIRROR

Goutam Swain

Abstract Romance Fantasy

4  

Goutam Swain

Abstract Romance Fantasy

"ତୁମେ ଥିଲ, ଅଛ, ରହିବ"

"ତୁମେ ଥିଲ, ଅଛ, ରହିବ"

1 min
24


ତୁମେ ଥିଲ ,ଅଛ ,ରହିବ
କେବେବସନ୍ତର ମୃଦୁ ମଳୟରେ
କେବେ ଆଷାଢର ପହିଲି ବର୍ଷାରେ
ବୈଶାଖର ତତଲା ଝାଞ୍ଜିରେ ପୁଣି
କେବେ ଫାଲ୍ଗୁନର ନାଲି ସିନ୍ଦୂରରେ l

ତୁମେ ଥିଲ,ଅଛ, ରହିବ
ମୋର ସବୁ ଦିନ ଓ ରାତିରେ
ମୋ ସ୍ୱପ୍ନ ଆଉ ବାସ୍ତବତାରେ
ମୋ ଆଖି ,ଓଠ ଓ ମନରେ
ମୋର ସବୁ ଚଲା ବାଟରେ
ମୋ ହସରେ ମୋ ଲୁହରେ
ମୋର ସବୁ ରାଗ ଅଭିମାନରେ l

ତୁମେ ଥିଲ, ଅଛ, ରହିବ
ମୋ ରାତିର ଘନ ଅଂଧକାରରେ
ସକାଳର ଶୀତୁଆ କୁହୁଡିରେ
ବର୍ଷାର ରିମଝିମ ପାଣିରେ
ଆଉ କେବେ ସଂଜର ସଯ ଗୋଧୂଳିରେ l

ତୁମେ ଥିଲ, ଅଛ, ରହିବ
କୋଇଲିର ମିଠା କୁହୁକରେ
ବଇଁଶିର ମଧୁର ମୁର୍ଚ୍ଛନ୍ନIରେ
ମୋ ଗୀତରେ ମୋ ଗପରେ
ମୋର ସବୁ ହାତ ଲେଖା ଚିଠିରେ
ମୋ କବିତା ମୋ ସାୟାରୀରେ
ମୋ ମନର ସବୁ ଡାୟାରୀରେ l

ତୁମେ ଥିଲ, ଅଛ, ରହିବ
ପୁରାଣର ଗୁପ୍ତ ତତ୍ତ୍ୱରେ
ଇତିହାସର ହଜିଲା ଖିଅରେ
ବର୍ତମାନର ପରିବର୍ତନରେ
ଉଦ୍ଭାବନାରେ ଆଉ ଅବଶୋଷରେ l

ତୁମେ ଥିଲ, ଅଛ, ରହିବ
ମାଟି ଆଉ ଆକାଶରେ
ପାଣି ଆଉ ପବନରେ
ଜୀବ ଆଉ ନିର୍ଜୀଵରେ
କେବେ ଶିଶୁର କଅଁଳିଆ ହସରେ
କେବେ ବୃଦ୍ଧର ନିରୀହତା ଭିତରେ l

ତୁମେ ଥିଲ, ଅଛ, ରହିବ
ମୋ ଶରୀରର ପ୍ରତି ରକ୍ତ ବିନ୍ଦୁରେ
ମୋ ହୃଦୟର ପ୍ରତିଟି ଷ୍ପନ୍ଦନରେ
ମୋ ଚେତନା ଆଉ ଅବଚେତନାରେ
ମୋ ସଫଳତା ଆଉ ବିଫଳତାରେ l

ତୁମେ ଥିଲ, ଅଛ, ରହିବ
ମୋ ପିଣ୍ଡରେ ମୋ ପ୍ରାଣରେ
ମୋର ସବୁ ପାପ ଆଉ ପୁଣ୍ୟରେ
ମୋର ସବୁ ଜନ୍ମ ପୁନଃଜନ୍ମରେ
ତୁମେ ତୁମେ କେବଳ ତୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract