STORYMIRROR

Sachidananda Kar

Comedy Children

4  

Sachidananda Kar

Comedy Children

ଭୁଆ ବିରାଡ଼ିର ଚାଲାକି

ଭୁଆ ବିରାଡ଼ିର ଚାଲାକି

1 min
243


        ଖୋଜି ଖୋଜି ମାଛ ଭୁଆ ବିରାଡ଼ି

            ଗଡ଼ିଆ କୂଳକୁ ଆସିଲା ଚାଲି

        ଦେଖିଲା ଖେଳୁଛି କେରାଣ୍ଡୀ ମାଛ

            ଉଠୁଛି ପଡୁଛି ତା' ଛୋଟ ଗାଲି ।। 


        କେମିତି ଅଛୁ ଲୋ କେରାଣ୍ଡୀ ଅପା

            କେମିତି ଅଛନ୍ତି ତୋ ପିଲାଛୁଆ

        ଖୁସି ହେଲି ଦେଖି ତୋତେ ମୁଁ ପୁଣି

            ଗେଲେଇ ଗେଲେଇ କହିଲା ଭୁଆ ।। 


        କେରାଣ୍ଡୀ ସହସା ଚାହିଁଲା ବୁଲି

            ଭୁଆ ବିରାଡ଼ିର ପାଟିଟା ଶୁଣି

        କହିଲା କି ହେଲା ଆରେ ହେ ଭୁଆ

            ଆଜି ତୁ କେମିତି ଆସିଛୁ ପୁଣି ।। 


        ଭଲରେ ଅଛନ୍ତି ମୋ ପିଲାଛୁଆ

            ଭଲରେ ଅଛି ମୁଁ ଜାଣିଥା' ତୁହି

        କୁଆଡ଼େ ଥିଲୁ ତୁ କେମିତି ଥିଲୁ

            ଆଜି ପୁଣି ତୋତେ ଦେଖୁଛି ମୁହିଁ ।। 


        ଭୁଆଟା କହିଲା କହିବି କିସ

            ମୋ କପାଳେ ଏବେ ଉଡୁଛି କୁଆ

        ଖାଇବାକୁ ଘରେ ନାହିଁ ଲୋ ମୋର

            ଭୋକ ଉପାସେ ମୋ ଅଛନ୍ତି ଛୁଆ ।। 


        ଘରକୁ ମୋ ବୁଲି ଆସନ୍ତୁ ଯେବେ

            ଦେଖିଯାନ୍ତୁ ନିଜ ଆଖିରେ ତୋର

        ତୋତେ ଭାରି ଭଲପାଏ ଲୋ ମୁହିଁ

            ତୋ ପାଇଁକି ଭାରି ଶରଧା ମୋର ।। 


        କେରାଣ୍ଡୀ କହିଲା କି ଯାଏ ଆସେ

            ତୋ ଚାଲାକି କିବା ଅଜଣା ମୋତେ

        ଫୁସୁଲାଫୁସୁଲି କରୁ କାହିଁକି

            ଭଲକରି ମୁହିଁ ଜାଣେପା' ତୋତେ ।। 


        କହି ସେ ଏତିକି ମୁହଁ ବୁଲେଇ

            ଗଲା ତା' ବାଟରେ ନ କରି ଡେରି

        କାନମୁଣ୍ଡ ଭୁଆ ହେଲା ଆଉଁଷି

            ନିରାଶେ ଘରକୁ ଆସିଲା ଫେରି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy