STORYMIRROR

Bibhuti Bhusan Mohanty

Comedy

4  

Bibhuti Bhusan Mohanty

Comedy

ଆଉଛି ବାତିଆ ''ଦାନା"ଘରୁ ବାହାରିବା ମନା

ଆଉଛି ବାତିଆ ''ଦାନା"ଘରୁ ବାହାରିବା ମନା

1 min
241

ବଙ୍ଗୋପ ସାଗରୁ ବାତ୍ୟାଟେ ଆଉଛି

ନାଁ ଟି ତାହାର "ଦାନା"

ତେଇଶି ,ଚବିଶି, ପଚିଶ ତାରିଖ

ଘରୁ ବାହାରିବା ମନା।


କହେ ଟିଙ୍ଗାଅଜା ନାତି 'ବନା

ବାତ୍ୟା "ଦାନା" ଆମ ଦାନା ଛଡ଼େଇକି

ବୁଲେଇବ କି କଳା କନା?


ବାତ୍ୟା ପାଇଁକି ପରିବା ବେପାରୀ

ଲୁଚେଇ ଦେଲେଣି ଆଳୁ

ତିନିକିଲୋ କୁ ଯେ ଶହେ ବିକୁଥିଲେ

ଏବେ ଛ-କୋଡ଼ିରେ ବି ନମିଳୁ।


ଜହ୍ନି, ଭେଣ୍ଡି, ବୋଇତାଳୁ,

ଟମାଟୋ, କାଙ୍କଡ଼, ଶାଗ, ବାଇଗଣ

ଉଭାନ ହେଲାଣି ମୁଳୁ।


ପତର ହଲିଲେ ଯୋଉଠି ହୁଅଇ

ପାୱାର କଅଟ ଘଣ୍ଟେ

ବାତିଆ ପବନ ବହିଲେ ସେଇଠି

ତାର ରହିବକି ଖୁଣ୍ଟେ ?


ଚିନ୍ତାରେ ମନଟା ଘାଣ୍ଟେ

ବାତ୍ୟା ପରେ ଯେତେ ରିଲିଫ ବାଣ୍ଟିଲେ

ଗରିବ ଦୁଃଖ କି ମେଣ୍ଟେ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy