STORYMIRROR

Bibhuti Bhusan Mohanty

Inspirational

3  

Bibhuti Bhusan Mohanty

Inspirational

ପ୍ରତିକ୍ଷଣ

ପ୍ରତିକ୍ଷଣ

1 min
446

ତୁମେ ଦୂରରେ ଥିଲେ ବି ତୁମ ସହ

ଦେଖା ହୁଏ ମୋର ପ୍ରତି କ୍ଷଣ...

ତୁମ ସହରେ ସୂର୍ଯ୍ୟ ଚନ୍ଦ୍ର ଭଳି

ଚମକିଲିଣି ମୁଁ ପ୍ରତି କ୍ଷଣ।

ସମର୍ପିତ ମନରେ ବଞ୍ଚିବାକୁ ଲାଗିଲିଣି 

ତୁମ ଭିତରେ ମୁଁ ରାତିଦିନ....

ତୁମକୁ ଜଣାନାହିଁ ତୁମ ପ୍ରଶ୍ୱାସରେ

ମହକିଲିଣି ମୁଁ ପ୍ରତି କ୍ଷଣ ।

ତୁମେ ଦୂରରେ ଥିଲେ ବି ତୁମ ସହ

ଦେଖା ହୁଏ ମୋର ପ୍ରତି କ୍ଷଣ ।।


ତୁମେ ତ ଗୋଟେ ଝଲକ ହସିଦେଇ 

ଚାଲିଯାଅ ମୋ ହୃଦୟରୁ ଦୂରକୁ...

ପରେ ବହୁତ ସମୟ ହୃଦୟ ମୋର 

ଚାରିଆଡେ ଖୋଜିବୁଲେ ତୁମକୁ ।

ତୁମକୁ ପାଇବା ଖୁସିରେ ସ୍ମୃତି ଠାରୁ ଦୂରକୁ ପଳେଇଯାଏ...

କିନ୍ତୁ ହାଏ ଏ ହୃଦୟଟା ମୋର ତୁମ ଗଳିରେ

ପୁଣି ଭେଟ ହେଇଯାଏ ।

ତୁମ ଜୀବନକୁ ଗୀତ କରି ସଜେଇଲିଣି ମୁଁ ପ୍ରତି କ୍ଷଣ 

ତୁମ ସୁଖ-ଦୁଃଖକୁ ସ୍ୱରରେ ସଜେଇ ଗାଇବାକୁ ଲାଗିଲିଣି ମୁଁ ପ୍ରତି କ୍ଷଣ ।

ତୁମେ ଦୂରରେ ଥିଲେ ବି ତୁମ ସହ

ଦେଖା ହୁଏ ମୋର ପ୍ରତି କ୍ଷଣ ।।


ତୁମେ ପ୍ରତ୍ୟେକ ବ୍ୟକ୍ତି ସହ ହସିକି ଦେଖା କରନା ଏଠି...

ମଣିଷ ତୁମେ ମଣିଷ ଭଳି ରହିବାକୁ

ଚେଷ୍ଠା କର ଏଠି।

ତୁମ ଚଞ୍ଚଳ ସ୍ୱଭାଵ ଆଉ ସୁନ୍ଦର ହସରେ 

ଅସୁବିଧାରେ ଏ ସହରର ଜନ ମନ...

ତୁମେ ସୂର୍ଯ୍ୟ ଭଳି ଉଗ୍ର ହୁଅ ଆଉ 

ମୁଁ ଚନ୍ଦ୍ର ଭଳି ଶାନ୍ତ ରହେ ପ୍ରତି କ୍ଷଣ ।

ତୁମ ସୁଖରେ ରୁହ ଏହି ପ୍ରାର୍ଥନା କରେ ମୁଁ ପ୍ରତି କ୍ଷଣ

ତୁମେ ଦୂରରେ ଥିଲେ ବି ତୁମ ସହ

ଦେଖା ହୁଏ ମୋର ପ୍ରତି କ୍ଷଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational