STORYMIRROR

Bibhuti Bhusan Mohanty

Comedy Drama Classics

3  

Bibhuti Bhusan Mohanty

Comedy Drama Classics

ରଙ୍ଗି ଆଈର ହବିଷ ଚିନ୍ତା

ରଙ୍ଗି ଆଈର ହବିଷ ଚିନ୍ତା

1 min
222

ଏ କାର୍ତ୍ତିକ ମାସରେ ହବିଷ ପାଇଁକି

ଚିନ୍ତାରେ ମୋ ରଙ୍ଗୀ ଆଈ

ପରିବା ମାନଙ୍କ ଭାଉ ଦେଖିକରି

ଦୁଃଖରେ ଫେରିଲା ଯାଇ।

ସାରୁ ,ବାଇଗଣ କିଲୋକୁ ଷାଠିଏ

ଶହେ ପାର୍ ହେଲା ଛୁଇଁ

ଓଉ, କନ୍ଦମୂଳ ଚି଼ଲେଇ କହିଲେ

ଆମକୁ କିଣିବାକୁ ଅଉକାତ ତୋର କାହିଁ।

ରଙ୍ଗି ଆଈ ମୋର ପିଣ୍ଡାରେ ବସିକି

ଭାବିଲା ପୁରୁଣା ଦିନ

କେତେ ସୁବିଧାରେ ଆଉ ସରାଗରେ

ଚଳୁଥିଲେ ସବୁ ଜନ ।

କୁଆଡେ ଗଲା ସେ ପୁରୁଣା ଦିନଟା

ମୋତେ ଦିଅ ହେ କେହି ଫେରେଇ,

ଆଛାଦିନ ସୁଖ ପାଇ ପାଇ ମୋର

ଦେହ ହେଲାଣି ବଥେଇ।

କହିଲା ନାତୁଣୀ ଟୁଇଁ

ଏଇଟା ପରା ଲୋ #ଫାଇବ_ଜି ଯୁଗ

ଟିକେ କାଠେଇ ଯା ଲୋ ଆଈ

ପରିବା ରେଟ ଯେତେ ବଢିଯାଉ

ଆମର ଯାଏ ଆସେ କିଛି ନାହିଁ,

ପାଞ୍ଚ ଟଙ୍କାରେ ଡାଲି-ଭାତ ଖାଇ

ଆନନ୍ଦେ ପଡିବା ଶୋଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy