STORYMIRROR

Bibhuti Bhusan Mohanty

Comedy Drama Children

3  

Bibhuti Bhusan Mohanty

Comedy Drama Children

ଦଶହରାରେ ରାବଣପୋଡି

ଦଶହରାରେ ରାବଣପୋଡି

1 min
199

ରାମ ରାଇଜରେ ରାବଣର ଭିଡ଼

ଯେତେ ପାରୁଅଛ ପୋଡ଼

ପୋଡି ପୋଡି ତମେ ଥକିଯିବ ସିନା

ସରିବନି ଲଙ୍କାଗଡ଼ ।


ରଖିଥା ହନୁ ଲାଙ୍ଗୁଡ଼

ସବୁଦିନ ଏଠି ରାବଣପୋଡି ଯେ,

ଦଶହରା କଥା ଛାଡ଼ ।


ଏଠି ରାବଣ ପୋଡୁଛି ରାବଣକୁ ପରା

ଛଦ୍ମେ ରାମ ମୁଖା ପିନ୍ଧି

ନିଜେ ତ ଜଳୁଛି ,ଅନ୍ୟକୁ ଜାଳୁଛି

ହିଂସା ରୂପୀ ନିଆଁ ଫିଙ୍ଗି।


ନିଶାକାରବାର, ଦରଦାମ ବୃଦ୍ଧି,ଲୁଟ,ହତ୍ୟା,ରାଜନୀତି

ବେକାରୀ ସମସ୍ୟା,ଯୌତୁକ

ନିର୍ଯ୍ୟାତନା,କ୍ଷୁଧା ସହ ଦୁର୍ନୀତି।


ରାବଣ ର ଏହି ଦଶ ଗୋଟି ମୁଣ୍ଡ

ନିଇତି ଆମକୁ ଗ୍ରାସୁଛି

ଯେତେ ପୋଡ଼ିଦେଲେ ଆହୁରି ଜଳୁଛି

ବିକଟାଳ ହସେ ହସୁଛି।


ଆମ ରାଇଜରୁ ଏଇ ଦଶମୁଣ୍ଡ

ହୋଇବ ଯେବେ ବିନାଶ

ସେଇଦିନ ହେବ ସତ ରାମରାଜ୍ୟ

ରାବଣ ହୋଇବ ଧ୍ୱଂସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy