STORYMIRROR

LALIT MOHAN DASH

Comedy Drama Inspirational

3  

LALIT MOHAN DASH

Comedy Drama Inspirational

ଆଉ ଥରେ ଆସ ଅବତରି

ଆଉ ଥରେ ଆସ ଅବତରି

1 min
187


    ଆହେ ପ୍ରଭୁ ଯୀଶୁ ଆଉ ଥରେ ଆସ

        ଏ ଧରାକୁ ଅବତରି

    ପ୍ରେମ ଅହିଂସାର ପ୍ରଚାର ପ୍ରସାର 

        ପୁଣି ଥରେ ଦିଅ କରି।


    ଜୀବେ ଦୟା ରଖି ପ୍ରେମ ଶାନ୍ତି ବଳେ

        ହୃଦୟ ଜିଣିବା ପାଇଁ 

     ପ୍ରଭୁ ହେ ପ୍ରୟାସ ପୁନର୍ବାର କର

         ଗୁହାରି କରୁଛି ମୁହିଁ। 


     ସଭିଙ୍କ ହୃଦୟେ ସ୍ଵୟଂ ନାରାୟଣ 

         କରିଛନ୍ତି ଅବସ୍ଥାନ 

     ଶିଖାଇ ଦିଅ ହେ ମୂଢ଼ ମଣିଷକୁ

       ଦୟା କ୍ଷମା ଯେତେ ଗୁଣ।


     ଲିପିବଦ୍ଧ ତମ ଅମର ବାଣୀକୁ 

        ଓଲଟାଅ ପୁଣି ଥରେ

     ପବିତ୍ର ଜନମ ଦିନେ ଅକିଞ୍ଚନ 

       ଏତିକି କାମନା କରେ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy