Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhuti Bhusan Mohanty

Romance Tragedy Classics

4.0  

Bibhuti Bhusan Mohanty

Romance Tragedy Classics

ଏକଲାପଣ ଏତେ ବି ଖରାପ ନୁହେଁ

ଏକଲାପଣ ଏତେ ବି ଖରାପ ନୁହେଁ

1 min
422


ପ୍ରାୟତଃ ସଭିଏଁ ଡରନ୍ତି ଏକା ହୋଇଯିବାକୁ,

କିନ୍ତୁ ସତ କହିବି ତ, ଏକଲାପଣ ଏତେ ବି ଖରାପ ନୁହେଁ ।


ମାନୁଛି ରାସ୍ତା ସୁଗମ ହେଇଯାଏ,

ଯଦି ସାଥିରେ କେହି ଜଣେ ଥାଏ ପାଦ ସହିତ ପାଦ ମିଳେଇବାକୁ ।


କିନ୍ତୁ ବେଳେ ବେଳେ ଏକା ଏକା ନିଜ ଛୋଟ ଛୋଟ ପାଦରେ ବଡ଼ ବଡ଼ ରାସ୍ତା ପାରି ହେବା ଏତେ ବି ଖରାପ ନୁହେଁ ।


ମାନୁଛି ଫିକା ଚାହା ବି ମିଠା ଲାଗେ ଯଦି ଟେବୁଲ ଆରପାରିରେ କେହି ଜଣେ ଥାଏ,

କିନ୍ତୁ ବେଳେ ବେଳେ କେଫେ ରେ ଏକା ବସି ଚାହା ରୁ ବାହାରୁଥୁବା ଧୁଆଁ ରୁ ନିଜକୁ ଖୋଜିବା ଏତେ ବି ଖରାପ ନୁହେଁ ।


ମାନୁଛି ଗହଳି ଭିତରେ ଚିତ୍କାର କଲେ କେହି ଜାଣିପାରନ୍ତିନି'

କିନ୍ତୁ କେବେ କେଉଁ ଏକ କୋଣରେ ବସି ଅଶ୍ରୁଧାର କୁ ନିଜ ଆଖିରୁ ମୁକ୍ତ କରିଦେବା ଏତେ ବି ଖରାପ ନୁହେଁ ।


ମାନୁଛି କେହି ଜଣେ ମୋତେ ଭଲ ପାଏ, ଏହି ଭାବନା ରେ ବଂଚିବାର ରାହା ମିଳିଯାଏ ।

କିନ୍ତୁ ବେଳେବେଳେ ପୁରା ଦୁନିଆ କୁ ପଛରେ ପକେଇ ନିଜକୁ ନିଜ ସହ ଜାବୁଡି ଧରିବା ଏତେ ବି ଖରାପ ନୁହେଁ ।


ସତ କହିବି ତ ବେଳେ ବେଳେ କେବଳ ଏକଲାପଣ ହିଁ ଦରକାର ନିଜକୁ ବୁଝିବାକୁ, ଅନ୍ୟକୁ ବୁଝେଇବାକୁ ।


ନିଜର ଭଙ୍ଗାରୁଜା ଅସ୍ତିତ୍ୱ କୁ ନେଇ ଚିତ୍ର ଟିଏ ଆଙ୍କିବାକୁ

ଏହା ଦେଖିବାକୁ କି ଯେବେ ସୂର୍ଯ୍ୟ କିରଣ ନିଜକୁ ରଙ୍ଗୀନ କରିବ ତେବେ ତୁମେ ବହୁତ ସୁନ୍ଦର ଲାଗିବ ।


ଏହା ବୁଝିବାକୁ କି ଯେତେ ଲୋକ ତୁମ ସାଥିରେ ଚାଲନ୍ତୁ ନା କାହିଁକି,

କିଛି ରାସ୍ତା ତୁମକୁ ଏକାହିଁ ସ୍ଥିର କରିବାକୁ ପଡେ ।


ଏକଲାପଣ ସେତିକି ସୁନ୍ଦର ଯେତିକି କାହାର ସାଥୀ ହେବା

ସେତିକି ଉଜ୍ଜଳ ଯେମିତି ମନ୍ଦିର ରେ ଏକା ଜଳୁଥିବା ଦୀପ

ସେତିକି ଆରାମ ଦେବା ଭଳି ଯେତିକି ମାଆ ର ପଣତ

ସତ କହିବି ତ ଏତେ ବି ଖରାପ ନୁହେଁ ବେଳେ ବେଳେ ଏକଲା ରହିଯିବାରେ ।



Rate this content
Log in

Similar oriya poem from Romance