ସେ ସମୟ ଆଉ ଏବେ
ସେ ସମୟ ଆଉ ଏବେ
କେବେ ପ୍ରଥମଥର ସ୍କୁଲ ଯିବାକୁ ଡର ଲାଗୁଥିଲା
ଆଉ ଆଜି ପ୍ରତ୍ୟେକ ରାସ୍ତା ନିଜେ ହିଁ ବାଛିବାକୁ ପଡୁଛି।
କେବେ ବାପା-ମାଙ୍କ ପ୍ରତ୍ୟେକ କଥା ସତ ବୋଲି ଲାଗୁଥିଲା
ଏବେ ତାଙ୍କୁ ହିଁ ସବୁବେଳେ ମିଛ ହିଁ କହୁଛି।
କାହାଣୀ ବଦଳରେ ରାତିରେ ଚାଟିଂ କରିବାକୁ ଭଲ ଲାଗୁଛି ।
କେବେ ଶ୍ରେଣୀରେ ପ୍ରଥମ ହେବା ପାଇଁ ପୁରା ବର୍ଷ ପାଠ ହିଁ ପଢ଼ୁଥିଲି,
ଆଜି ଜୀବନର ପରୀକ୍ଷାରେ ଖାଲି ପାସ୍ ଟେ ହବା ପାଇଁ ବି ତରସି ଯାଉଛି।
କାର୍ଟୁନ ନୁହେଁ ଏବେ ରିଆଲିଟି-ସୋ ଯେ ଭଲ ଲାଗୁଛି।
କେବେ ଛୋଟ ଏକ କ୍ଷତ କନ୍ଦଇ ଦେଉଥିଲା,
ଆଜି ହୃଦୟ ଭାଙ୍ଗିଗଲେ ବି ସମ୍ଭାଳି ନେଉଛି।
ନିଜ ଦୋଷ ପରିବର୍ତ୍ତେ ଅନ୍ୟର ଦୋଷ ବେଶି ଖୋଜୁଛି।
p>
କେବେ ସାଙ୍ଗ କେବଳ ସାଥିରେ ଖେଳିବା ପର୍ଯ୍ୟନ୍ତ ମନେ ରହୁଥିଲେ,
ଆଜି କିଛି ବନ୍ଧୁ ବହୁତ ଆପଣାର ଲାଗୁଛନ୍ତି।
ପିଲାଦିନ ବନ୍ଧୁ ପରିବର୍ତ୍ତେ ଫେସବୁକରେ ନୂଆ ବନ୍ଧୁ ଖୋଜିବାରେ ଲାଗିଛି।
ଗୋଟେ ଦିନଥିଲା ଯେବେ ଟେନସନର ଅର୍ଥ ହିଁ ଜଣାନଥିଲା,
ଆଉ ଆଜି ଟେନସନ ମୋ ସହଚର ହୋଇଯାଇଛି।
ଗୋଟେ ଦିନ ଥିଲା ଯେବେ ଗୋଟେ କ୍ଷଣରେ ଝଗଡା ପୁଣି ମିଶିଯିବା ତ ନୀତିଦିନିର କାମ ଥିଲା,
ଆଉ ଆଜି ଯିଏ ଥରେ ରାଗିଯାଉଛି ସେ ସମ୍ପର୍କ ହିଁ କାଟିଦେଉଛି।
ସତରେ ଏ ଜୀବନଟା ମୋତେ ବହୁତ କିଛି ଶିଖେଇ ଦେଲା,
ଜଣାପଡ଼ିଲାନି କେବେ ସେ ମୋତେ ଏତେ ବଡ଼ କରିଦେଲା।
ଅବା ବୋଧହୁଏ ମୋ ପିଲାଦିନ ସମୟକୁ ଏବେକାର ସମୟ ନିର୍ମମ ଭାବେ ହତ୍ୟା କଲା।