STORYMIRROR

Bibhuti Bhusan Mohanty

Romance Tragedy Classics

3  

Bibhuti Bhusan Mohanty

Romance Tragedy Classics

ଏଇ ପ୍ଲିଜ ଚାଲନା

ଏଇ ପ୍ଲିଜ ଚାଲନା

1 min
339

ଶୁଣ ଶୁଣ ନା !

ଟିକେ ତମେ ବଦଳନ୍ତ ଆଉ ଟିକେ ମୁଁ ବଦଳିଯାନ୍ତି,

ଆମ ବଦଳା ବଦଳିରେ ଏଇ ସମ୍ପର୍କକୁ ଢ଼େରସାରା ଭଲ ପାଇବା ଦିଅନ୍ତେ

ଚାଲନା ସମୟ ସରିବା ପୁର୍ବରୁ ଏଇସମ୍ପର୍କକୁ ସୁଧାରି ଦିଅନ୍ତେ।


କିଛି ଭୁଲ ତୁମେ କରିଛ,

କିଛି ଭୁଲ ମୁଁ ବି କରିଛି,

ସାଥିହୋଇ ଚାଲ ତାକୁ ସୁଧାରି ଦିଅନ୍ତେ

ଆସନା ସମୟ ସରିବା ପୁର୍ବରୁ ଏଇସମ୍ପର୍କକୁ ସୁଧାରି ଦିଅନ୍ତେ।


ଭଲ ପାଇବା ତୁମ ଭିତରେ ବି ଅଛି,

ଭଲ ପାଇବା ମୋ ଭିତରେ ବି ଅଛି

ଆସୁନ ଏଇ କଥା କୁ ମନରେ ସ୍ୱୀକାର କରିଦିଅନ୍ତେ

ଚାଲନା ସମୟ ସରିବା ପୁର୍ବରୁ ଏଇ ସମ୍ପର୍କକୁ ସୁଧାରି ଦିଅନ୍ତେ।


କିଛି ତମେ ମୋତେ ବୁଝନ୍ତ,

କିଛି ମୁଁ ତୁମକୁ ବୁଝନ୍ତି

କେଉଁ କାରଣ ଏଇ ବିଚ୍ଛେଦର, ଏହା ଜାଣିନିଅନ୍ତେ

ଚାଲନା, ସମୟ ସରିବା ପୁର୍ବରୁ ଏଇସମ୍ପର୍କକୁ ସୁଧାରି ଦିଅନ୍ତେ।


ଏମିତିରେ ତୁମେ କିଛି କଥା ଦେଇଥିଲ,

ଆଉ ମୁଁ ବି କିଛି କଥା ଦେଇଥିଲି

ଆସୁନ ସେ କଥା କୁ ହୃଦୟରୁ ସାକାର କରନ୍ତେ

ଚାଲନା ସମୟ ସରିବା ପୁର୍ବରୁ ଏଇ ସମ୍ପର୍କକୁ ସୁଧାରିଦିଅନ୍ତେ ।

Plz ଆସ ନା, ସମୟ ସରିବା ପୁର୍ବରୁ ଏଇ ସମ୍ପର୍କକୁ ସୁଧାରି ଦିଅନ୍ତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance