STORYMIRROR

Bibhuti Bhusan Mohanty

Romance Tragedy

3  

Bibhuti Bhusan Mohanty

Romance Tragedy

ଆସ ଆଉଥରେ ମୂଳରୁ ବଞ୍ଚିବା

ଆସ ଆଉଥରେ ମୂଳରୁ ବଞ୍ଚିବା

1 min
352

ସମୟଟା ସାୟଂ କାଳରେ ଉପନୀତ ହେଲାଣି

ସୂର୍ଯ୍ୟଙ୍କ ଉଦୟ ଅସ୍ତକୁ ଅଟକେଇ ବି ହେଲାନି 

ତୁମେ ସୂର୍ଯ୍ୟକୁ କୁହ ମୁଁ ସମୟକୁ କହୁଛି 

ଈଶ୍ୱରଙ୍କ ପ୍ରଦତ୍ତ ଏ ଜୀବନକୁ

ଚାଲ ଆଉଥରେ ମୂଳରୁ ବଞ୍ଚିବାକୁ ଲାଗିବା।


ନୂଆକରି ଜୀବନରେ ଯେତେସବୁ ଦାୟିତ୍ୱ

କିଛି ତୁମ ଭାଗରେ 

କିଛି ମୋ ଭାଗରେ 

ବେଶୀ କମ୍ ନୁହଁ ସମାନ କି ବାଣ୍ଟିବା 

ଚାଲ ଆଉ ଥରେ ମୂଳରୁ ବଞ୍ଚିବାକୁ ଲାଗିବା ।


ବ୍ୟସ୍ତତାର ନିକିତିରେ ଉପର ତଳ ନୁହଁ 

ସମାନ୍ତରାଳ ଭାବେ ସମୟକୁ ମାପିବା 

ଚାଲ ଆଉଥରେ ମୂଳରୁ ବଞ୍ଚିବାକୁ ଲାଗିବା ।


କର୍ମମୟ ଜୀବନରୁ ଫୁରସତ ମିଳିଲେ, 

ଦୁହେଁ ମୋବଇଲରେ ନ ଲାଗି 

ନିଜନିଜର ସୁଖ ଦୁଃଖ ବୁଝିବା 

ଚାଲ ଆଉଥରେ ମୂଳରୁ ବଞ୍ଚିବାକୁ ଲାଗିବା।


କେବେ କଥା କଟାକଟି ଅବା ଯୁକ୍ତିତର୍କ ପରେ 

ଅଭିମାନର ଅଲିଭା ଦାଗକୁ 

ସାଙ୍ଗ ହୋଇ ପୋଛିବା 

ଚାଲ ଆଉଥରେ ମୂଳରୁ ବଞ୍ଚିବାକୁ ଲାଗିବା।


ଜୀବନର ଏ ଜଞ୍ଜାଳମୟ ପୁସ୍ତକରୁ

କରିଥିବା ସେ ଭୁଲ ସବୁକୁ

ତୁମେ କିଛି ଲିଭେଇବ

ମୁଁ କିଛି ଲିଭେଇବି

ନୂତନ ଏକ ପୁସ୍ତକ ରଚିବା

ଚାଲନା...

ଜୀବନକୁ ଆଉଥରେ ମୂଳରୁ ବଞ୍ଚିବାକୁ ଲାଗିବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance